Home ଓଡ଼ିଶା ଦୁର୍ଘଟଣାଗ୍ରସ୍ତଙ୍କୁ ବି ଡି ଓ ଡାକ୍ତରଖାନାକୁ ନେଲେ ହେଲେ ଜଣେ ଗୁରୁତର ଜଣେ ମୃତ

ଦୁର୍ଘଟଣାଗ୍ରସ୍ତଙ୍କୁ ବି ଡି ଓ ଡାକ୍ତରଖାନାକୁ ନେଲେ ହେଲେ ଜଣେ ଗୁରୁତର ଜଣେ ମୃତ

70

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୮/୧୨- ମାନବ ସମାଜରୁ ମାନବିକତା ହଜିଯାଇଥିବା ବେଳେ ଜଣେ କାର୍ଯ୍ୟରତ ପ୍ରଶାସନିକ ଅଧିକାରିଣୀ ଙ୍କ ମାନବିକତା ପ୍ରଂଶସାର ପାତ୍ର । ନୟାଗଡ ଜିଲ୍ଲା ରଣପୁର ମଣ୍ଡଳ ଉନ୍ନୟନ ଅଧିକାରିଣୀ ଋତୁପର୍ଣ୍ଣା ମହାପାତ୍ର ଓଡିଶା ପ୍ରଶାସନିକ ପରୀକ୍ଷାରେ ଟପ୍ପର ହେବା ପରେ ତାଲିମ୍ ପ୍ରାପ୍ତହୋଇ ରଣପୁର ରେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ସେ  ଡିସେମ୍ବର ୧୭ ତାରିଖ ସଂନ୍ଧ୍ୟାରେ ଡମସାହି ଗ୍ରାମପଞ୍ଚାୟତରେ ବିଜୁ କଲ୍ୟାଣ ସ୍ୱାସ୍ଥ୍ୟ ସ୍ମାର୍ଟକାର୍ଡ ବଣ୍ଟନ କରି ଫେରିବା ସମୟରେ ଖତିଆ ଛକ କିଛି ଦୂରରେ ୨ ଜଣ ଯୁବକ ଦର୍ଘଟଣାର ସମ୍ମୁଖିନ ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିଲେ ।  ସ୍ଥାନୀୟ କିଛି ଯୁବକ ଆମ୍ବୁଲାନ୍ସକୁ ନଡକାଇ ଅମାନବିକତା ଭାବେ ମୋବାଇଲରେ ଫଟୋ ଉତ୍ତୋଳନ କରୁଥିଲେ ।

ମଣ୍ଡଳ ଉନ୍ନୟନ ଅଧିକାରିଣୀ ଋତୁପର୍ଣ୍ଣା ମହାପାତ୍ର ଦେଖିବା ମାତ୍ରେ ମାନବିକତା ଦେଖାଇ ଗାଡିରୁ ଓହ୍ଲାଇ ୨ ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ରଣପୁର ସରକାରୀ ଡାକ୍ତରଖାନାକୁ ଆଣିଥିଲେ । ୨ ଯୁବକ ହେଉଛନ୍ତି ଖତିଆ ନିକଟ ବେଗୁନିଆ ପାଟଣା ଗ୍ରାମର । ଉଭୟଙ୍କ ଅବସ୍ଥା ଗୁରୁତର ଥିବାରୁ ସଙ୍ଗେ ସଙ୍ଗେ ଭୂବନେଶ୍ୱର କ୍ୟାପିଟାଲ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା । କିନ୍ତୁ ମନୋଜ କୁମାର ରାଉତ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଅନ୍ୟତମ ଦୁର୍ଘଟଣାଗ୍ରସ୍ତ ଯୁବକ ମଣ୍ଟୁ ପ୍ରଧାନ ଗୁରୁତର ଅବସ୍ଥାରେ ସ୍ୱତନ୍ତ୍ର କେୟାରୟୁନିଟ୍ ରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଅଂଚଳରେ ଶୋକର ଛାୟା ଖେଲିଯାଇଥିବା ବେଳେ ମଣ୍ଡଳ ଉନ୍ନୟନ ଅଧିକାରିଣୀ ଶୋକ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.