Home ଓଡ଼ିଶା ରଣପୁର ଚାଷ ଜମି ରେ ଗର୍ଭଣା ସଂକ୍ରାନ୍ତି ଭୋଗ ବସିଲା

ରଣପୁର ଚାଷ ଜମି ରେ ଗର୍ଭଣା ସଂକ୍ରାନ୍ତି ଭୋଗ ବସିଲା

439

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୭/୧୦- ସାରା ଓଡିଶା ରେ ଚାଷୀ ପରିବାର ମାନଙ୍କର ଏକ ମୁଖ୍ୟ ପର୍ବ ଗର୍ଭଣା ସଂକ୍ରାନ୍ତି ବୋଲି ଧରାଯାଏ । ପ୍ରତିବର୍ଷ ଆର୍ଶିନ ମାସ ରେ ଗର୍ଭଣା ସଂକ୍ରାନ୍ତି ପଡିଥାଏ । ପ୍ରତ୍ୟେକ ଚାଷୀ ପରିବାର ଧାନ ବିଲ ରେ ଧାନ ଗଛ ରେ ଗର୍ଭ ଆସିବା ନେଇ ଆନନ୍ଦିତ ହୋଇଥାନ୍ତି । ଅଧିକ ଧାନ ଅମଳ ପାଇଁ ଚାଷ ଜମିରେ ମା ଲକ୍ଷ୍ମୀ ଙ୍କୁ ପୂଜା କରାଯାଇଥାଏ ।

ପ୍ରତ୍ୟେକ ଧାନ କ୍ଷେତ କିଆରି ରେ କ୍ଷୀର ,ଅରୁଆ ଚାଉଳ , ଫୁଲ ପକାଇ ଥାନ୍ତି । ନୂଆ ମାଟି ହାଣ୍ଡି ରେ ଚାଷ ଜମି ରେ କ୍ଷୀରି ତିଆରୀ କରି ମା ଲକ୍ଷ୍ମୀ ଙ୍କୁ ପୂଜା କରିଥିବା ଜଣାପଡିଛି । ପ୍ରତ୍ୟେକ ଚାଷୀ ପରିବାର ରଣପୁର ଅଂଚଳ ରେ ଗାଁ ଗାଁ ରେ ଚାଷ ଜମି ରେ ନିଷ୍ଠାର ସହ ଭୋଗ ବସାଇ ଥାନ୍ତି । ଅଧିକ ଧାନ ଅମଳ ପାଇଁ ପ୍ରାର୍ଥନା ମଧ୍ୟ କରିଥାନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.