Home ଓଡ଼ିଶା ରଣପୁର ଗ୍ରାମ୍ୟ ଉନ୍ନୟନ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ

ରଣପୁର ଗ୍ରାମ୍ୟ ଉନ୍ନୟନ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ

24

ନୟାଗଡ(ଓଡିଆ ପୁଅ ଦେବୀପ୍ରସାଦ ଆଚାର୍ଯ୍ୟ)/୧୮/୧୧- ନୟାଗଡ ଜିଲ୍ଲା ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଋଷିନାଥ ବରାଳ ଙ୍କ ଆବାସିକ କାର୍ଯ୍ୟାଳୟ  ଓ କାର୍ଯ୍ୟାଳୟ ରେ କଟକ ଦୁର୍ନିତୀ ନିବାରଣ ବିଭାଗ ଛାପା ମାରିଥିବା ଜଣାପଡିଛି । ନଭେମ୍ବର ୧୮ ତାରିଖ ସକାଳ ୭ ଘଟିକା ସମୟରେ କଟକ ଦୁର୍ନିତୀ ନିବାରଣ ବିଭାଗ ଡି ଏସ୍ ପି ରତିକାନ୍ତ ସୁନା ଙ୍କ ନେତୃତ୍ୱ ରେ  ଏକ ଦଳ ଆବାସିକ କାର୍ଯ୍ୟାଳୟ ରେ ଚଢାଉ କରିଥିଲା । ୩ ଘଣ୍ଟା ଧରି ଚଢାଉ ଚାଲିଥିଲା । ଆବାସିକ କାର୍ଯ୍ୟାଳୟ ରୁ  ଶ୍ରୀ ବରାଳ ଙ୍କ ଲ୍ୟାପ୍‌ଟପ୍ ହାଡଡିସ୍କ , ମୋବାଇଲି ଓ ୩ ହଜାର ୯ ଶହ ଟଙ୍କା ଜବତ କରିଥିବା ଜଣାପଡିଛି ।  ପରେ ପରେ  ରଣପୁର ଜେଲ ଛକ ରେ ଥିବା କାର୍ଯ୍ୟାଳୟ କୁ ନେଇ ଚଢାଉ କରାଯାଇଥିଲା । ଡି ଏସ୍ ପି ଗଣ ମାଧ୍ୟମ କୁ ଅଧିକ ସୂଚନା ଦେବା ପାଇଁ ମନା କରିଥିଲେ ।

କିନ୍ତୁ  ୫ ଟି ଜାଗା ରେ ଚଢାଉ ଚାଲିଥିବା କହିଥିଲେ । ଚଢାଉ ରେ ତାଙ୍କ ଢେଙ୍କାନାଳସ୍ଥିତ   ପୈତୃକ ବାସଭବନ , ଯାଜପୁର ଜିଲ୍ଲା  ବଡଚଣା ରେ ଥିବା ଶଶୁର ଘର , ଭୂବନେଶ୍ୱର ଚନ୍ଦ୍ର ଶେଖରପୁର ବାସଭବନ  ଓ ତାଙ୍କ ନାମ ରେ ଥିବା ଅନ୍ୟ ଏକ କୋଠା ରେ ଏକ କାଳୀନ  ଚଢାଉ ହେଇଥିବା ଜଣାପଡିଛି । ଋଷିନାଥ ବରାଳ ଙ୍କୁ ଦୁର୍ନିତୀ ନିବାରଣ ବିଭାଗ ଦଳ  ଭୂବନେଶ୍ୱର କାର୍ଯ୍ୟାଳୟ କୁ  ନେଇ  ଅଧିକ ପଚରା ଉଚୁରା ଜାରି ରଖିଥିବା ଜଣାପଡିଛି । ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗ ରେ ଏହି ଚଢାଉ ହୋଇଥିବା ସୂଚନା ମିଳିଥିଲା । ଶ୍ରୀ ଋଷିନାଥ ବରାଳ ଙ୍କ ଗୋଟିଏ ପୁଅ ଓ ଝିଅ ଅଷ୍ଟ୍ରେଲିଆ  ରେ କମ୍ପ୍ୟୁଟର ଇଂଞ୍ଜିନିୟର ଭାବେ କାର୍ଯ୍ୟ କରୁଥିବା ମଧ୍ୟ ସୂଚନା ମିଳିଛି । ଶ୍ରୀ ବରାଳ ଙ୍କ ସରକାରୀ ଚାକିରି ରୁ ଅବସର ନେବା କୁ ଆଉ ୬ ମାସ ବାକି ଥିଲା  ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.