Home ଓଡ଼ିଶା ବିଜେପି ସଙ୍ଗଠନରେ ଅନୁସୂଚିତ ଜାତି ମୋର୍ଚ୍ଚା ପ୍ରମୁଖ ଭୂମିକା ଗ୍ରହଣ କରିବ : ସାଂସଦ ଡ....

ବିଜେପି ସଙ୍ଗଠନରେ ଅନୁସୂଚିତ ଜାତି ମୋର୍ଚ୍ଚା ପ୍ରମୁଖ ଭୂମିକା ଗ୍ରହଣ କରିବ : ସାଂସଦ ଡ. ଭୋଳା ସିଂ

24

ଭୁବନେଶ୍ୱର, ୧୭/୧୧ (ଓଡ଼ିଆ ପୁଅ) : ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚାର ଅଧ୍ୟକ୍ଷ ଡଃ ବିଭୂପ୍ରସାଦ ତରାଇ ଅଧ୍ୟକ୍ଷତାରେ ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ ଓ ରାଜ୍ୟ ସଂଯୋଜକମାନଙ୍କର ବୈଠକ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ବୈଠକରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି ଯୋଗଦେଇ ଆଗାମୀ ଦିନରେ ଦଳର ସଂଗଠନରେ ଅନୁସୂଚୀତ ଜାତି ମୋର୍ଚ୍ଚା ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ରାଜ୍ୟରେ ଚାଲିଥିବା ମହିଳା ଓ ଦଳିତ ନିର୍ଯ୍ୟାତନା ବିରୁଦ୍ଧରେ ଆନ୍ଦୋଳନକୁ ଶାଣିତ କରିବାକୁ ଆହ୍ୱାନ ଦେଇଥିଲେ। ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସାଂସଦ ଡ. ଭୋଳା ସିଂହ ଯୋଗ ଦେଇ ସାଙ୍ଗଠନିକ ସମୀକ୍ଷା କରିବା ସହ ସମ୍ବିଧାନ ଦିବସରୁ ଡ. ଆମ୍ବେଦକରଙ୍କ ମହାପ୍ରୟାଣ ଦିବସ ପର୍ଯ୍ୟନ୍ତ ୧୦ଦିନ ରାଜ୍ୟବ୍ୟାପି କାର୍ଯ୍ୟକ୍ରମ ଯୋଜନା ବିଷୟରେ ଉପସ୍ଥାପନା କରିଥିଲେ।

ଉକ୍ତ ବୈଠକରେ ରାଜ୍ୟ ପ୍ରଭାରୀ ଶ୍ରୀ ଜୟପ୍ରକାଶ ସିଂହ ଭୁକ୍ତା, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲୀପ ମଲ୍ଲିକ, ସୁଶାନ୍ତ ମଲ୍ଲିକ ଓ ବିଧାୟକ ଡ. ମୁକେଶ ମହାଲିଙ୍ଗ, ଚନ୍ଦନ ସ୍ୱରାଜ, ମନିଜର ଆର୍ଯ୍ୟ, ମନୋଜ ବେହେରା, ରାମବିଶୀ ଦିଗାଲ, ଦୁର୍ଗା ତନ୍ତୀ, ଡ. ରବି ବେହେରା ଓ ସ୍ମୀତା ପ୍ରଧାନ ପ୍ରମୁଖ ଉଦବୋଧନ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.