ନୟାଗଡ(ଓଡିଆ ପୁଅ ଦେବୀପ୍ରସାଦ ଆଚାର୍ଯ୍ୟ)/୧୮/୧୧- ନୟାଗଡ ଜିଲ୍ଲା ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଋଷିନାଥ ବରାଳ ଙ୍କ ଆବାସିକ କାର୍ଯ୍ୟାଳୟ ଓ କାର୍ଯ୍ୟାଳୟ ରେ କଟକ ଦୁର୍ନିତୀ ନିବାରଣ ବିଭାଗ ଛାପା ମାରିଥିବା ଜଣାପଡିଛି । ନଭେମ୍ବର ୧୮ ତାରିଖ ସକାଳ ୭ ଘଟିକା ସମୟରେ କଟକ ଦୁର୍ନିତୀ ନିବାରଣ ବିଭାଗ ଡି ଏସ୍ ପି ରତିକାନ୍ତ ସୁନା ଙ୍କ ନେତୃତ୍ୱ ରେ ଏକ ଦଳ ଆବାସିକ କାର୍ଯ୍ୟାଳୟ ରେ ଚଢାଉ କରିଥିଲା । ୩ ଘଣ୍ଟା ଧରି ଚଢାଉ ଚାଲିଥିଲା । ଆବାସିକ କାର୍ଯ୍ୟାଳୟ ରୁ ଶ୍ରୀ ବରାଳ ଙ୍କ ଲ୍ୟାପ୍ଟପ୍ ହାଡଡିସ୍କ , ମୋବାଇଲି ଓ ୩ ହଜାର ୯ ଶହ ଟଙ୍କା ଜବତ କରିଥିବା ଜଣାପଡିଛି । ପରେ ପରେ ରଣପୁର ଜେଲ ଛକ ରେ ଥିବା କାର୍ଯ୍ୟାଳୟ କୁ ନେଇ ଚଢାଉ କରାଯାଇଥିଲା । ଡି ଏସ୍ ପି ଗଣ ମାଧ୍ୟମ କୁ ଅଧିକ ସୂଚନା ଦେବା ପାଇଁ ମନା କରିଥିଲେ ।
କିନ୍ତୁ ୫ ଟି ଜାଗା ରେ ଚଢାଉ ଚାଲିଥିବା କହିଥିଲେ । ଚଢାଉ ରେ ତାଙ୍କ ଢେଙ୍କାନାଳସ୍ଥିତ ପୈତୃକ ବାସଭବନ , ଯାଜପୁର ଜିଲ୍ଲା ବଡଚଣା ରେ ଥିବା ଶଶୁର ଘର , ଭୂବନେଶ୍ୱର ଚନ୍ଦ୍ର ଶେଖରପୁର ବାସଭବନ ଓ ତାଙ୍କ ନାମ ରେ ଥିବା ଅନ୍ୟ ଏକ କୋଠା ରେ ଏକ କାଳୀନ ଚଢାଉ ହେଇଥିବା ଜଣାପଡିଛି । ଋଷିନାଥ ବରାଳ ଙ୍କୁ ଦୁର୍ନିତୀ ନିବାରଣ ବିଭାଗ ଦଳ ଭୂବନେଶ୍ୱର କାର୍ଯ୍ୟାଳୟ କୁ ନେଇ ଅଧିକ ପଚରା ଉଚୁରା ଜାରି ରଖିଥିବା ଜଣାପଡିଛି । ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗ ରେ ଏହି ଚଢାଉ ହୋଇଥିବା ସୂଚନା ମିଳିଥିଲା । ଶ୍ରୀ ଋଷିନାଥ ବରାଳ ଙ୍କ ଗୋଟିଏ ପୁଅ ଓ ଝିଅ ଅଷ୍ଟ୍ରେଲିଆ ରେ କମ୍ପ୍ୟୁଟର ଇଂଞ୍ଜିନିୟର ଭାବେ କାର୍ଯ୍ୟ କରୁଥିବା ମଧ୍ୟ ସୂଚନା ମିଳିଛି । ଶ୍ରୀ ବରାଳ ଙ୍କ ସରକାରୀ ଚାକିରି ରୁ ଅବସର ନେବା କୁ ଆଉ ୬ ମାସ ବାକି ଥିଲା ।