Home ଓଡ଼ିଶା ରଣପୁର କୃଷି ବିଭାଗ ର କୃଷି ରଥ ବିଧାୟକ ଙ୍କ ଦ୍ୱାରା ଶୁଭାରମ୍ଭ

ରଣପୁର କୃଷି ବିଭାଗ ର କୃଷି ରଥ ବିଧାୟକ ଙ୍କ ଦ୍ୱାରା ଶୁଭାରମ୍ଭ

79

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୦/୧୧-  ସାରା ରାଜ୍ୟ ରେ କୃଷି ଓ କୃଷକ ଙ୍କ ସଚେତନତା ପାଇଁ କୃଷି ରଥ ବୁଲି ଗାଁ ଗାଁ ରେ ଜନ ସଚେତନତା ସୃଷ୍ଟି କରିବା କାର୍ଯ୍ୟ ଆରମ୍ଭ ହୋଇଯାଇଛି । ସେଥିରୁ ବାଦ୍ ପଡିନି ନୟାଗଡ ଜିଲ୍ଲା ରଣପୁର ବ୍ଲକ କୃଷି ବିଭାଗ  ା ନଭେମ୍ବର ୨୦ ତାରିଖ ଅପରାହ୍ନ ୪ ଘଟିକା ସମୟରେ  ରଣପୁର କୃଷି ବିଭାଗ କାର୍ଯ୍ୟାଳୟ ରେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଙ୍କ ଦ୍ୱାରା କୃଷି ରଥ ର ଶୁଭାରମ୍ଭ ହୋଇଯାଇଛି । ଗାଁ ଗାଁ ବୁଲି ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମ ରେ କୃଷକ ଙ୍କ ଆୟ ଦ୍ୱିଗୁଣିତ କରିବା , ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା , ମୃତ୍ତିକା  ନମୁନା ପରୀକ୍ଷା ଓ ସ୍ୱାସ୍ଥ୍ୟ କାର୍ଡ  ଆଦି କୃଷି ବିଭାଗ ର ବିଭିନ୍ନ ଯୋଜନା ସର୍ମ୍ପକ ରେ  ଜନ ସଚେତନତା  ସୃଷ୍ଟି କରିବା କୃଷି ରଥ ର ମୂଳ ଲକ୍ଷ ।

ଏହି ଅବସର ରେ  ରଣପୁର ବ୍ଲକ କୃଷି ଅଧିକାରୀ ସୁଭେନ୍ଦୁ ସିଂଦେଓ , ସହାୟକ କୃଷି ଅଧିକାରୀ ସଂଗ୍ରାମ କେଶରୀ ସେନାପତି , ସୈାମେନ୍ଦ୍ର କୁମାର ବେହେରା , ପଟିଆ କୃଷି ଅଧିଦର୍ଶକ ଜ୍ୟୋସ୍ନାରାଣୀ ସାହୁ ,  ମୟୁରଝାଲିଆ କୃଷି ଅଧିଦର୍ଶକ ଋକ୍ମୁଣୀ ରାଉତ , ରଣପୁର ବ୍ଲକ ଉଦ୍ୟାନ ଅଧିକାରୀ ବିକ୍ରମ କେଶରୀ ସାହୁ ଓ ଅନ୍ୟ କୃଷି କର୍ମଚାରୀ ମାନେ ଉପସ୍ଥିତ ଥିଲେ । କୃଷି ଓ କୃଷକ ର ଉନ୍ନତି ପାଇଁ ବିଭିନ୍ନ ଯୋଜନା ସର୍ମ୍ପକ ରେ  ଆଲୋଚନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.