Home Top News ଭଦ୍ରକ ଏସ ପି ଅଫିସ ପାଖ କୋଲକାତା ଜୁଏଲାରୀ ଦୋକାନରୁ ୩୦ ଲକ୍ଷ ଟଙ୍କା ର...

ଭଦ୍ରକ ଏସ ପି ଅଫିସ ପାଖ କୋଲକାତା ଜୁଏଲାରୀ ଦୋକାନରୁ ୩୦ ଲକ୍ଷ ଟଙ୍କା ର ସୁନା ଗହଣା ଲୁଟ

68

ଭଦ୍ରକ ୨୦-୧୧ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) ଶୁକ୍ରବାରଦିନ ରାତି ସାଢ଼େ ଆଠଟା ବେଳେ ଭଦ୍ରକ ଏସ ପି ଅଫିସ ନିକଟସ୍ଥ କୋଲକାତା ଜୁଏଲର ଦୋକାନରୁ ଦୁଇ ଲୁଟେରା ଲୁଟି ନେଲେ ୧୫ କେଜି ରୂପା ଓ ୪୦୦ ଗ୍ରାମ ସୁନା। ଦୋକାନର ମାଲିକ ଗୋବିନ୍ଦ ଦାସ୍ ରାତିରେ ନିଜର ଦୋକାନ ବନ୍ଦ କରିବା ପାଇଁ ତାଲା ପକାଇ ଠିଆ ହୋଇଥିବା ବେଳେ ଦୁଇ ଲୁଟେରା ଏକ ବାଇକ୍‌ ରେ ଆସି ଦୋକାନୀ ଙ୍କ ହାତରୁ ଝାମି ନେଲେ ସୁନା ଅଳଙ୍କାର ବେଗ। ଘଟଣା ସ୍ଥଳରେ ଭଦ୍ରକ ଟାଉନ୍ ପୁଲିସ ପହଞ୍ଚି ଲୁଟେରାଙ୍କ ପିଛା କରିଥିବା ବେଳେ କାହାରିଙ୍କୁ ଗିରଫ କରି ପାରିନି। ଏହି କିଛି ଦିନ ତଳେ ଭଦ୍ରକରୁ ବନ୍ଧୁକ ଦେଖାଇ ୪ ଟି ସ୍ଥାନରୁ ଲୁଟ ହୋଇଥିବା ବେଳେ ୪ ଜଣ ଲୁଟେରାଙ୍କୁ ପୁଲିସ ଗିରଫ କରିଛି। ଭଦ୍ରକ ସହର ରେ ଲୁଟେରା ଟିମ୍ ବନ୍ଧୁକ ଓ ଭୁଜାଲି ଧରି ଲୁଟ୍ କରୁଥିବା ବେଳେ ପୁଲିସ ସେମାନଙ୍କ ଟେର ନ ପାଇବା ଘଟଣା ସହର ବାସୀଙ୍କୁ ଆତଙ୍କିତ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.