Home ଓଡ଼ିଶା ରଣପୁର ଏନ୍‌.ଏ.ସି.ର ୧୩ ନଂ ୱାର୍ଡ ପୁର୍ତ ରାସ୍ତା ପାଲଟିଛି ମରଣଯନ୍ତା

ରଣପୁର ଏନ୍‌.ଏ.ସି.ର ୧୩ ନଂ ୱାର୍ଡ ପୁର୍ତ ରାସ୍ତା ପାଲଟିଛି ମରଣଯନ୍ତା

64

ଓଡିଆ ପୁଅ(ଦେବୀପ୍ରସାଦ ଆଚାର୍ଯ୍ୟ)୨୨/୯- ନୟାଗଡ ଜିଲ୍ଲା ରଣପୁର ପୁର୍ତ ବିଭାଗ ରଣପୁର ଠାରୁ ଚାନ୍ଦପୁର ରାସ୍ତା ଯାହାକି ରଣପୁର ଏନ୍‌.ଏ.ସି. ର ୧୩ନଂ ୱାର୍ଡର ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ରାସ୍ତାଟି ମରଣଯନ୍ତା ପାଲଟିଛି । ଏହି ରାସ୍ତା ଦେଇ ପ୍ରତିଦିନ ଦୁଇ ଚକିଆ ଠାରୁ ଆରମ୍ଭ କରି ଚାରି ଚକିଆ ଯାନ ପର୍ଯ୍ୟନ୍ତ ସହ ସହ ଗାଡି ଯାତାୟତ କରିଥାଏ । ରାସ୍ତାର ଜଳ ନିଷ୍କାସନ ପାଇଁ ଡ୍ରେନ୍ ନଥିବାରୁ ରାସ୍ତାରେ ପାଣି ଜମା ହୋଇ ବଡ ବଡ ଖାଲ ସୃଷ୍ଟି ହୋଇଅଛି । ମଟର ସାଇକେଲରେ ଯାଉଥିବା ଯାତ୍ରୀ ମାନଙ୍କ ଉପରେ ଚାରି ଚକିଆ ଯାନ ଚକାରୁ ପାଣି ଛିଟିକି ରଙ୍ଗ ବେରଙ୍ଗ ହେଉଥିବା ଦେଖିବାକୁ ମିଳେ ।

ପାଦରେ ଚାଲି ଯାଉଥିବା ଲୋକଙ୍କ କଥା ପଚାରେ କିଏ ? ପ୍ରତିଦିନ ଏହି ଯାଗାରେ ଛୋଟ ବଡ ଦୃଘଟଣାମାନ ଦେଖିବାକୁ ମିଳିଥାଏ । ଏ ସର୍ମ୍ପକେ ନୟାଗଡ ବିଭଗୀୟ ଯନ୍ତ୍ରୀ ପ୍ରଦିପ କୁମାର ପଟନାୟକଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଏହି ରାସ୍ତାକୁ  ଖୁବ୍ ଶୀଘ୍ର ସିମେଣ୍ଟ କଂକ୍ରିଟ୍ ରାସ୍ତା କରାଯିବ । ଉଭୟ ପାଶ୍ୱର୍ରେ ମଧ୍ୟ ଡ୍ରେନ୍ ନିର୍ମାଣ କରାଯିବ । ନୟାଗଡରେ ଥିବା କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ର ପ୍ରମୋଶନ ହୋଇ ବଦଳି ହୋଇ ଯାଇଥିବା ଯୋଗୁ କାର୍ଯ୍ୟରେ ବିଳମ୍ବ ହେଉଅଛି । ନୁତନ ଯନ୍ତ୍ରୀ କାର୍ଯ୍ୟରେ ଯୋଗଦାନ ପରେ ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.