Home ଓଡ଼ିଶା ରଣପୁର ଉପ କାରାଗାର ରୁ ମହୁ ସଂଗ୍ରହ

ରଣପୁର ଉପ କାରାଗାର ରୁ ମହୁ ସଂଗ୍ରହ

162

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୯/୦୩-୨୦୦୪ ମସିହାଠାରୁ ନୟାଗଡ ଜିଲ୍ଲା ରଣପୁରରେ ବିଚାରଧିନ ବନ୍ଦୀମାନଙ୍କ ପାଇଁ ଏକ ଉପ କାରାଗାର କାର୍ଯ୍ୟ କରୁଅଛି । ଏହି ଉପ କାରାଗାର ରେ ବିଭିନ୍ ପ୍ରକାର ପନି ପରିବାଠାରୁ ଆରମ୍ଭ କରି ଫଳ ଚାଷ କରାଯାଉଛି । ଏପରିକି ଲାଗିଥିବା ଫୁଲ ଗଛରୁ ମହୁ ସଂଗ୍ରହ ପାଇଁ ମହୁମାଛି ବାକ୍ସ ବସାଯାଇ ମହୁ ସଂଗ୍ରହ କରାଯାଉଅଛି । ୧୦ଗୋଟି ମହୁ ବାକ୍ସ ବସାଯାଇଥିଲା । ଗତ ଫନି ବାତ୍ୟାରେ ୮ ଗୋଟି ମହୁ ବାକ୍ସ ଭାଙ୍ଗି ରୁଜି ନଷ୍ଟ ହୋଇଯାଇଛି । ୨ ଗୋଟି ମହୁ ବାକ୍ସରୁ ମହୁ ସଂଗ୍ରହ କରାଯାଉଅଛି ।

ଋତୁ ଅନୁସାରେ ପ୍ରତି ୧୫ ଦିନରେ ଗୋଟିଏ ବାକ୍ସରୁ ୧ କେଜି ମହୁ ସଂଗ୍ରହ ହେବାକଥା । କିନ୍ତୁ ଚଳିତ ବର୍ଷ ମହୁ ସଂଗ୍ରହରେ ବିଳମ୍ବ ଦେଖାଦେଇଛି । ଜଣେ ଟେକ୍ନିସିଆନ୍ ଆସି ମହୁ ସଂଗ୍ରହ କରିଥାଏ । ରଣପୁର ଜେଲର୍ ବାବୁଲି ବାରିକ ସମସ୍ତ କାର୍ଯ୍ୟ ତଦାରଖ କରିବା ସହ ଗତ ଫନି ବାତ୍ୟାରେ ନଷ୍ଟ ହୋଇଯାଇଥିବା ମହୁ ବାକ୍ସ ଗୁଡିକୁ ପୁନଃ ନିର୍ମାଣ କିମ୍ବା ନୁତନ ବାକ୍ସ ବସାଇଲେ ଅଧିକ ମହୁ ସଂଗ୍ରହ ହୋଇପାରିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.