Home ଓଡ଼ିଶା କରୋନା ବିପଦରେ………….. ଶିଶୁ ଖାଦ୍ୟ ଲୁଟିଲେ ଅଙ୍ଗନାବାଡି କର୍ମୀ

କରୋନା ବିପଦରେ………….. ଶିଶୁ ଖାଦ୍ୟ ଲୁଟିଲେ ଅଙ୍ଗନାବାଡି କର୍ମୀ

248

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୯/୦୩-କେନ୍ଦ୍ର ଓ ରାଜ୍ୟ ସରକାର ମହାମାରୀ କରୋନାକୁ ପ୍ର୍‌ତିହତ କରିବା ପାଇଁ ଆଡଭାଇଜରୀ ଜାରି କରିଛନ୍ତି । ଏହିଭଳି ବିପଦ ସମୟରେ କିଛି ଅସାଧୁ କର୍ମଚାରୀ ଶିଶୁ ଖାଦ୍ୟ ଲୁଟିବାରେ ଲାଗି ଗଲେଣି । ଏହିଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ସମନ୍ୱିତ ମହିଳା ଓ ଶିଶୁ ବିକାଶ ଯୋଜନାରେ । ରଣପୁର ବ୍ଲ୍‌କ୍ ରେ ସମୁଦାୟ ୩୨୩ ଗୋଟି ଅଙ୍ଗନାବାଡି କେନ୍ଦ୍ର ରହିଅଛି । ଏହି କେନ୍ଦ୍ର ଗୁଡିକୁ ତଦାରଖ କରିବା ପାଇଁ ୯ଜଣ ସୁପରଭାଇଜର ଅଛନ୍ତି । ସରକାର ଅଙ୍ଗନାବାଡି କେନ୍ଦ୍ରକୁ ଶିଶୁମାନେ ଆସିବା ବନ୍ଦ କରିଦେଇଥିଲେ ମଧ୍ୟ ଶୁଖିଲା ଖାଦ୍ୟ ସେମାନଙ୍କ ଘରକୁ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତି ପିଲାପିଛା ଦିନକୁ ଚାଉଳ, ଅଣ୍ଡା ମିଶାଇ ୮ଟଙ୍କା ବ୍ୟୟ ବରାଦ ହୋଇଅଛି । ରଣପୁର ବ୍ଲକ୍ ଅଂଚଳରେ କାର୍ଯ୍ୟ କରୁଥିବା ଅଙ୍ଗନାବାଡୀ କେନ୍ଦ୍ର ଗୁଡିକରେ ପାଖା ପାଖି ୮ହଜାର ଶିଶୁ ରହିଛନ୍ତି । ଅଙ୍ଗନାବାଡି କର୍ମୀମାନେ ପ୍ରତି ପିଲାଙ୍କ ଘରକୁ ୧୫ ଦିନ ପାଇଁ ଅର୍ଥାତ୍ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ୧କିଲୋ ଚାଉଳ ଓ କିଛି ଅଣ୍ଡା ଦେଇ ଚୁପ୍ ଚାପ୍ ବସିଥିବା ଦେଖା ଦେଇଛି ।

ଏ ସମ୍ପର୍କେ ନୟାଗଡ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଭୋଳେଶ୍ୱର କଅଁରଙ୍କ ସହ ଫୋନ୍ ଯୋଗେ ଯୋଗା ଯୋଗ କରିବାରେ କୁହନ୍ତି ଯେ ପ୍ରତି ପିଲା ପରିବାରକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଉଳ, ଅଣ୍ଡା, ଡାଲି, ପରିବା, ତେଲ ମସଲା ଓ ଜଳଖିଆ ପ୍ରସ୍ତୁତି ସାମଗ୍ରୀ ପଠାଇଲେ ଶିଶୁ ମାନଙ୍କର ମା ମାନେ ଜଳଖିଆ ଓ ଖାଦ୍ୟ ପ୍ରସ୍ତୁତ କରି ଶିଶୁ ମାନଙ୍କୁ ପ୍ରଦାନ କରିବେ । ଯଦି କେହି କେବଳ ଚାଉଳ, ଅଣ୍ଡା ଦେଇ ଚୁପ୍ ଚାପ୍ ବସିଛନ୍ତି ତାହଲେ ଆମ୍ଭେ ସେ ସମ୍ପର୍କେ ତଦାରଖ କରିବୁ । ରଣପୁରରେ ୩୨୩ ଗୋଟି ଅଙ୍ଗନାବାଡି କେନ୍ଦ୍ରକୁ ସୁପର୍‌ଭାଇଜ୍ କରିବା ପାଇଁ ୯ଜଣ ସୁପରଭାଇଜର ଅଛନ୍ତି । ସେମାନେ ଲୋକାଲ ଲୋକ ହୋଇଥିବାରୁ ସୁପରଭାଇଜ୍ ନକରି ଘରେ ଚୁପ୍ ଚାପ୍ ବସୁଛନ୍ତି । ଏହିଭଳି ଶିଶୁ ଖାଦ୍ୟ ଲୁଟ୍ ର ତଦନ୍ତ ଆବଶ୍ୟକ ବୋଲି ଅଭିଭାବକମାନେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.