Home କେନ୍ଦ୍ରାପଡ଼ା କରୋନା ପାଇଁ କେନ୍ଦ୍ରାପଡା କଂଗ୍ରେସର ଓବିସି ଅଧିବେଶନ ଘୁଚିଂଲା

କରୋନା ପାଇଁ କେନ୍ଦ୍ରାପଡା କଂଗ୍ରେସର ଓବିସି ଅଧିବେଶନ ଘୁଚିଂଲା

107

କେନ୍ଦ୍ରାପଡା ୧୯/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସର ଓବିସି ଅଧିବେଶନ ୧୮ ତାରିଖ ରେ ହେବାକୁ ସ୍ଥିର ହୋଇଥିଲା। ଏହି ବୈଠକକୁ ଯୋଗ ଦେବାପାଇଁ କଂଗ୍ରେସ ଓବିସି ସେଲର ରାଜ୍ୟ ଅଧ୍ୟକ୍ଷ ବିଷ୍ଣୁ ଚରଣ ବାରିକଙ୍କ ସମେତ ଉପାଧ୍ୟକ୍ଷ ଫକିର ଚରଣ ଖଟୁଆ, ଅଭିଷେକ ରାଉତ, କଟକ ନଗର ଓବିସି ସଭାପତି ପ୍ରକାଶ ପୃଷ୍ଟି, ଅଶୋକ ସ୍ୱାଇଁ, ଗଂଜାମ ସଭାପତି ଅମିର ଭୂୟାଁ, ରାଜ୍ୟ ଆବାହକ ଦେବୀ ପ୍ରସାଦ ବାହାଲିଆ ସମେତ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ସଭାପତି ଚିନ୍ମୟ ପ୍ରସାଦ ବେଉରା, ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ଏହି ଅଧିବେଶନକୁ କରୋନା ଭୂତାଣୁ ସଂକ୍ରମଣ ହେବାର ଆଶଙ୍କା ଦୃଷ୍ଟିରୁ ସାମୟିିକ ଭାବେ ଘୁଚାଂଇ ଦିଆଯାଇଥିବା ସହିତ ପରବର୍ତ୍ତୀ ସମୟରେ ଏହି ବୈଠକ ଜିଲ୍ଲା କଂଗ୍ରେସ ଭବନରେ ଅନୁଷ୍ଠିତ ହେବ ବୋଲି ଜିଲ୍ଲା କଂଗ୍ରେସ ଓବିସି ସେଲ ସଭାପତି ବିଧୁଭୂଷଣ ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.