Home ଓଡ଼ିଶା ରଣପୁର ଅବକାରୀ ଥାନା ର ଚଢାଉ … ୭୫ ଲିଟର...

ରଣପୁର ଅବକାରୀ ଥାନା ର ଚଢାଉ … ୭୫ ଲିଟର ମଦ ଜବତ ଜଣେ ମହିଳା ଗିରଫ

81

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୪/୧୦- ନୟାଗଡ ଜିଲ୍ଲା ରଣପୁର ଅବକାରୀ ଥାନା ଅଂଚଳ ରେ ହାତ ରନ୍ଧା ଦେଶୀ ମଦ ର କୁଟୀର ଶିଳ୍ପ ପାଲଟିଛି । ମହିଳା ମାନେ ସ୍ୱଂୟ ସହାୟିକା ଗୋଷ୍ଠୀ ମାଧ୍ୟମ ରେ ଋଣ ଆଣି ମଦ ରାନ୍ଧିବା କାର୍ଯ୍ୟ ରେ ଲଗାଉଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ଅବକାରୀ ବିଭାଗ ର ମୁଣ୍ଡବ୍ୟଥା ର କାରଣ ସାଜିଛି । ରଣପୁର ଅବକାରୀ ବିଭାଗ ଓ ଜିଲ୍ଲା ସ୍ୱତନ୍ତ୍ର ଅବକାରୀ ବିଭାଗ ତରଫରୁ ଚଢାଉ କୁ ବ୍ୟାପକ କରାଯାଇଥିବା ଜଣାପଡିଛି । ୨୩ ଅକ୍ଟୋବର ବିଳମ୍ବିତ ସଂନ୍ଧ୍ୟା ରେ ଅବକାରୀ ନିରୀକ୍ଷକ ମୃତ୍ୟୁଞ୍ଜୟ ବେହେରା ଓ ରଣପୁର ଅବକାରୀ ଥାନା ଦାୟିତ୍ୱ ରେ ଥିବା ସୁଶାନ୍ତ କୁମାର ମହାପାତ୍ର ଙ୍କ ମିଳିତ ଉଦ୍ୟମ ରେ ରଣପୁର ର ଖଣ୍ଡସି ଗ୍ରାମ ରେ ଚଢାଉ କରି ରାଧାରାଣୀ ଯେନା (୨୮) ଙ୍କୁ ମଦ ବିକ୍ରି ଅଭିଯୋଗ ରେ ଗିରଫ କରାଯାଇଥିବା ବେଳେ ତାଙ୍କ ଠାରୁ ୫ ଲିଟର ହାତରନ୍ଧା ଦେଶୀ ମଦ ଜବତ କରାଯାଇଥିବା ଜଣାପଡିଛି ।

ନରସିଂହପୁର  ଜଙ୍ଗଲ ରେ ଚଢାଉ କରି ୨ ହଜାର ଲିଟର ମଦ ରନ୍ଧା ପୋଚ ନଷ୍ଟ କରିବା ସହ ୪୦ ଲିଟର ହାତରନ୍ଧା ଦେଶୀ ମଦ ଜବତ କରିଥିଲେ । ସେହିଭଳି ଭାବରେ ଗୋଡିମଡା ନିକଟ ବୁଦୁବୁଦିକିଆ ଜଙ୍ଗଲ ରେ ଚଢାଉ କରି ୨୨ ଶହ ଲିଟର ମଦ ରନ୍ଧା ପୋଚ ନଷ୍ଟ କରିବା ସହ ୩୦ ଲିଟର ହାତରନ୍ଧା ଦେଶୀ ମଦ ଜବତ କରିଥିବା ଜଣାପଡିଛି । ନରସିଂହପୁର ଓ ଗୋଡିମଡା ରୁ ମଦ ରାନ୍ଧୁଥିବା ମହିଳା ଓ ପୁରୁଷ ମାନେ ଅନ୍ଧାର ରାତିର ସୁଯୋଗ ନେଇ ଫେରାର ହୋଇ ଯିବାକୁ ସକ୍ଷମ ହୋଇଥିଲେ । ଗିରଫ ଅଭିଯୁକ୍ତା କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.