Home ଓଡ଼ିଶା ଅଲ ଓଡିଶା ବିଚ କୁସ୍ତି ଚମ୍ପିୟନସିପ୍ ଆୟୋଜନ

ଅଲ ଓଡିଶା ବିଚ କୁସ୍ତି ଚମ୍ପିୟନସିପ୍ ଆୟୋଜନ

24

ପୁରୀ ୨୫.୧୦ (ଓଡ଼ିଆ ପୁଅ) – ଆସନ୍ତା ୨୫ ଓ ୨୬ ତାରିଖ ଦୁଇଦିନ ଧରି ନିଳାଦ୍ରୀ ବେଳାଭୂମିରେ ଅଲ ଓଡିଶା ବିଚ କୁସ୍ତି ଚମ୍ପିୟନସିପ୍ ଅନୁଷ୍ଠିତ ହେବ। ଜିଲ୍ଲା ପ୍ରଶାସନ, ଜିଲ୍ଲା କ୍ରୀଡା ସଂସଦ, ଓଡିଶା କୁସ୍ତି ସଂଘ ଓ ଜିଲ୍ଲାର ସମସ୍ତ ଯାଗା ଓ ଆଖଡାର ମିଳିତ ଆନୁକୂଲ୍ୟରେ ଏହି ଚମ୍ପିୟନସିପ୍ ଆୟୋଜନ କରାଯାଇଛି। ଏ ସଂପର୍କରେ ପୁରୀ ପୌରସଂସ୍ଥା ନିର୍ବାହୀ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଉକ୍ତ ଦୁଇଦିନ ଅପରାହ୍ନ ୪ ଘଟିକା ସହ ୨୬ ତାରିଖ ସକାଳ ୭ ଘଟିକାରେ ଏହି ପ୍ରତିଯୋଗିତା ହେବ। ୧୨ ରୁ ୧୫, ୧୬ ରୁ ୧୮ ଏବଂ ୧୯ ବର୍ଷ ବୟସରୁ ଉର୍ଦ୍ଧ୍ବ ଉଭୟ ବାଳକ ଓ ବାଳିକା, ପୁରୁଷ ଏବଂ ମହିଳା ବିଭାଗରେ ପ୍ରତିଯୋଗିତା ହେବ। ପ୍ରତ୍ୟେକ ବିଭାଗର ବିଜେତାଙ୍କୁ ୫ ହଜାର ଓ ରନର୍ସଙ୍କୁ ୩ ହଜାର ଟଙ୍କା ପୁରସ୍କାର ରାଶି ସହ ସ୍ପୋର୍ଟ୍ସ କିଟ ପ୍ରଦାନ କରାଯିବ। ଏଥିରେ ସାରା ରାଜ୍ୟର ପ୍ରାୟ ୨୦୦ ଜଣ ପ୍ରତିଯୋଗୀ ଭାଗ ନେବେ। ମ୍ୟାଚ ପରିଚାଳନା ପାଇଁ ୩୦ ଜଣ ଅଫିସିଆଲ ଓ ୨୦ ଜଣ ସ୍ବେଚ୍ଛାସେବୀ ନିୟୋଜିତ ହେବେ।

ଏହି ଅବସରରେ ଜିଲ୍ଲା କ୍ରୀଡାଧିକାରୀ ଶ୍ରୀ ଚନ୍ଦନ କୁମାର ସାହୁ, ଜିଲ୍ଲା କ୍ରୀଡା ସଂସଦ ସଂପାଦକ ଶ୍ରୀ ରବି ଶଙ୍କର ପ୍ରତିହାରୀ, ଫିଡବ୍ୟାକ ଫାଉଣ୍ଟେସନର ଶ୍ରୀ ଜ୍ୟୋତିପ୍ରକାଶ, ଓଏସଡି ଶ୍ରୀ ସନ୍ତୋଷ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.