Home ଓଡ଼ିଶା ରଣପୁର ଅନୁନିବନ୍ଧକଙ୍କ ଅଫିସ୍‌ରେ ଇ-ଷ୍ଟାମ୍ପ ପେପର୍ ଆରମ୍ଭ ହେଲା

ରଣପୁର ଅନୁନିବନ୍ଧକଙ୍କ ଅଫିସ୍‌ରେ ଇ-ଷ୍ଟାମ୍ପ ପେପର୍ ଆରମ୍ଭ ହେଲା

224

ନୟାଗଡ/୦୬/୦୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-କେନ୍ଦ୍ର ସରକାରଙ୍କ କ୍ୟାସ୍ ଲେସ୍ ଯୋଜନା ନୟାଗଡ ଜିଲ୍ଲା ରଣପୁର ଅନୁନିବନ୍ଧକଙ୍କ ଅଫିସ୍‌ରେ ଆରମ୍ଭ ହୋଇ ଯାଇଅଛି । ଇ-ଷ୍ଟାମ୍ପ ପେପର୍ ମାଧ୍ୟମରେ ଜମିବାଡି କ୍ରୟ ବିକ୍ରୟ ଯାହା ଫଳରେ କ୍ରେତାମାନେ ଅନେକ ସୁବିଧା ସୁଯୋଗ ପାଇ ପାରିବେ । ଅନେକ ସମୟରେ ମାନୁଆଲ୍ ଷ୍ଟାମ୍ପ ପେପରରେ ଜାଲିଆତି ହୋଇଥାଏ । ତେଣୁ କ୍ରେତାମାନେ ସର୍ବେ÷ବ ଆଇନ୍ ଅଦାଲତରେ ଅସୁବିଧାରେ ପଡିଥାନ୍ତି । ରଣପୁର ଅନୁନିବନ୍ଧକଙ୍କ କାର୍ଯ୍ୟାଳୟରେ ଇ-ଷ୍ଟାମ୍ପ ବିକ୍ରୟ ପାଇଁ ସରକାର ଚାନ୍ଦପୁରଠାରେ କିଶୋର ଚନ୍ଦ୍ର ମହାରଣା ନାମକ ଜଣେ ଷ୍ଟାମ୍ପ ଭେଣ୍ଡରଙ୍କୁ ଲାଇସେନ୍ସ ପ୍ରଦାନ କରିଛନ୍ତି । ଭବିଷ୍ୟତରେ ରଣପୁରଠାରେ ଇ-ଷ୍ଟାମ୍ପ ବିକ୍ରୟ ପାଇଁ ପଦକ୍ଷେପ ନିଆଯିବ । ଗତ ୦୨-୧୨-୨୦୧୯ ରିଖଠାରୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଅଛି । ଆଜି ପର୍ଯ୍ୟନ୍ତ ୪ଜଣ କ୍ରେତା ଏହି ସୁବିଧାକୁ ଆପଣାଇ ନେଇଛନ୍ତି । ଏ ସମ୍ପର୍କେ ରଣପୁର ଅନୁନିବନ୍ଧକ ଦୟାନିଧି ରଥଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତିଯେ ଇ-ଷ୍ଟାମ୍ପ ପେପର୍ ଦ୍ୱାରା ଜମି କିଣା ବିକାରେ ଜାଲିଆତି ବନ୍ଦ ହୋଇପାରିବ । କେନ୍ଦ୍ର ସରକାରଙ୍କର ପ୍ରଚଳିତ କ୍ୟାସ୍ ଲେସ୍  ଯୋଜନା କାର୍ଯ୍ୟକାରୀ ହୋଇ ପାରିବ । ଜଣେ କ୍ରେତା ଇ-ଷ୍ଟାମ୍ପ ପେପର୍ କିଣିବା ପରେ ଜଦି କୌଣସି ଅସୁବିଧା ହେଲା ଇ-ଷ୍ଟାମ୍ପ ପେପରର ଖର୍ଚ୍ଚ ସେ ସରକାରଙ୍କଠାରୁ ଫେରସ୍ତ ପାଇପାରିବ । ତେଣୁ ରଣପୁର ଅନୁନିବନ୍ଧକଙ୍କ ଅଫିସ୍‌ରେ କ୍ରେତାମାନେ ଇ-ଷ୍ଟାମ୍ପ କ୍ରୟ କରି ଜମିବାଡି କିଣିବା ପାଇଁ ଆଗ୍ରହ ପ୍ରକାଶ କରୁଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.