Home ଓଡ଼ିଶା ଦିଲ୍ଲୀରେ ପୁଣି କେଜ୍ରିୱାଲ୍ ସରକାର ! ଜାଣନ୍ତୁ କ’ଣ କହୁଛି ସର୍ଭେ ରିପୋର୍ଟ

ଦିଲ୍ଲୀରେ ପୁଣି କେଜ୍ରିୱାଲ୍ ସରକାର ! ଜାଣନ୍ତୁ କ’ଣ କହୁଛି ସର୍ଭେ ରିପୋର୍ଟ

791

ନୂଆ ଦିଲ୍ଲୀ ୬-୧ (ଓଡ଼ିଆ ପୁଅ) ଗତ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜ୍ରିୱାଲ୍ ଙ୍କର ଆମ ଆଦମୀ ପାର୍ଟୀ ବିଜୟଲାଭ କରିଥିଲା। ଆମ ଆଦମୀ ପାର୍ଟୀ ଦିଲ୍ଲୀର ସର୍ବମୋଟ ୭୦ ରୁ ୬୭ ଆସନ ଜିତିଥିଲା। ବାକୀ କେବଳ ତିନୋଟି ଆସନ ବିଜେପି ହାତେଇ ଥିବା ବେଳେ କଂଗ୍ରେସର ଖାତା ଖୋଲି ପାରିନଥିଲା।

ଆଜି ନିର୍ବାଚନ କମିଶନର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ତେବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି ଏଥର ଦିଲ୍ଲୀରେ କେଉଁ ପାର୍ଟି ସରକାର ବନାଇବ ଏବଂ କିଏ ହେବେ ମୁଖ୍ୟମନ୍ତ୍ରୀ। ତେବେ ABP ନ୍ୟୁଜ୍ ଏବଂ ସିଭୋଟର ର ମିଳିତ ସର୍ଭେ ରୁ ଜଣାପଡ଼ିଛିଯେ, ଦିଲ୍ଲୀରେ ପୁଣି ବନିପାରେ ଆମ ଆଦମୀ ପାର୍ଟି ସରକାର। ଅର୍ଥାତ୍ ପୁଣି ଅରବିନ୍ଦ କେଜ୍ରିୱାଲ୍ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ। ଅବଶ୍ୟ ଆମ ଆଦମୀ ପାର୍ଟୀକୁ କିଛି ଆସନରେ କ୍ଷତି ଉଠାଇବାକୁ ପଡ଼ିପାରେ। ସର୍ଭେ ମୁତାବକ ସର୍ବମୋଟ ୭୦ଟି ଆସନରୁ ଆମ ଆଦମୀ ପାର୍ଟୀକୁ ୫୯ ଟି ଆସନ ମିଳିପାରେ। ଅର୍ଥାତ୍ ଆଠଟି ଆସନ କମ ହୋଇପାରେ। ଦିଲ୍ଲୀରେ ସରକାର ବନାଇବା ପାଇଁ ୩୬ଟି ଆସନ ଆବଶ୍ୟକ। ଆମ ଆଦମୀ ପାର୍ଟୀ ବ୍ୟତୀତ ବିଜେପି ଏଥର ବିଧାନସଭା ନିର୍ବାଚନରେ ଆଠଟି ଆସନରେ ବିଜୟ ଲାଭ କରିପାରେ। ଅର୍ଥାତ୍ ବିଜେପିକୁ ପାଞ୍ଚଟି ଆସନରେ ଲାଭ ହେବ। ସେପଟେ କଂଗ୍ରେସକୁ ମଧ୍ୟ ତିନୋଟି ଆସନ ମିଳିପାରେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.