Home ଜିଲ୍ଲା ପରିକ୍ରମା ରଣପୁର ଅଗ୍ନିଶମ ବାହିନୀ ତରଫରୁ ଛାତ୍ର ଛାତ୍ରୀଙ୍କୁ ପ୍ରଶିକ୍ଷଣ

ରଣପୁର ଅଗ୍ନିଶମ ବାହିନୀ ତରଫରୁ ଛାତ୍ର ଛାତ୍ରୀଙ୍କୁ ପ୍ରଶିକ୍ଷଣ

28

ନୟାଗଡ଼ ୧୯/୦୪ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ସାରା ରାଜ୍ୟରେ ଅଗ୍ନିକାଣ୍ଡ ବଢିବା ସାଙ୍ଗକୁ ସର୍ପାଘାତରେ ମୁତ୍ୟୁ ଘଟଣା ଦିନକୁ ଦିନ ବଢିବାରେ ଲାଗିଛି। ଯାହାଫଳରେ ଅଗ୍ନିକାଣ୍ଡ ପ୍ରାକୃତିକ ବିପଦ ସମୟରେ ନିଜେ ସୁରକ୍ଷିତ ରହିବା ସଙ୍ଗେ ସଙ୍ଗେ ଅସୁରକ୍ଷିତ ବ୍ୟକ୍ତିଙ୍କୁ ସାହାଯ୍ୟ ସହଯୋଗ ପାଇଁ ସରକାର କୈାଶଳ ଶିକ୍ଷାଦାନ ର ବ୍ୟବସ୍ଥା କରିଛନ୍ତି। ରଣପୁର ଅଗ୍ନିଶମ ବାହିନୀ ତରଫରୁ ରଣପୁର ବଜେନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଏପ୍ରିଲ ୧୯ ତାରିଖ ରେ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିବା ଜଣାପଡିଛି। ରଣପୁର ଅଗ୍ନିଶମ ବାହିନୀର ମୁଖ୍ୟ ଆଗ୍ନୀକ ସରୋଜ କୁମାର ଦାସ, ଆଗ୍ନୀକ ଜୀବନ ପରିଡା, ଆଗ୍ନୀକ ବିଷ୍ଣୁ ଦଳେଇ, ଆଗ୍ନୀକ ମନୋଜ କୁମାର ଗୈାଡ ଆଦି ଯୋଗ ଦେଇଥିଲେ।

୧୧୭୦ ଛାତ୍ର ଛାତ୍ରୀ ଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଅଗ୍ନିର ସୃଷ୍ଟି କେଉଁଠୁ, ଅଗ୍ନିକାଣ୍ଡ ସମୟରେ ନିଜେ ସୁରକ୍ଷିତ ରହିବା ସହିତ ଅନ୍ୟମାନଙ୍କର ଜୀବନ ଓ ଧନ ସମ୍ପତିକୁ କିପରି ସୁରକ୍ଷା କରାଯାଇ ପାରିବ, ଆଜିକାଲି ରନ୍ଧନ ଗ୍ୟାସର ବହୁଳ ପ୍ରଚଳନ ଯୋଗୁଁ ଗ୍ୟାସ ସର୍ମ୍ପକିତ ଅଗ୍ନିକାଣ୍ଡ ସମୟରେ ନିଜେ କିପରି ସୁରକ୍ଷିତ ରହିବ ଅନ୍ୟକୁ କିପରି ସୁରକ୍ଷା ଯୋଗାଇବ, ବନ୍ୟା ବାତ୍ୟା ସମୟରେ ନିଜେ ଆତ୍ମରକ୍ଷା କରିବା ସହିତ ଅନ୍ୟକୁ କିପରି ସୁରକ୍ଷିତ କରିବ, ସର୍ପାଘାତ ସମୟରେ କିପରି ନିଜକୁ ରକ୍ଷା କରିବା ପାଇଁ ଚିକିତ୍ସାଳୟରେ ପହଂଚିବ ଓ ଅନ୍ୟ ପ୍ରପିଡିତ ଙ୍କୁ କିପରି ଚିକିତ୍ସାଳୟରେ ପହଂଚାଇବ ସେ ସର୍ମ୍ପକରେ କୈାଶଳ ପ୍ରଦାନ କରାଯାଇଥିଲା। ଏଥିରେ ରଣପୁର ବଜେନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବନଲତା ବେହେରା ଓ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.