Home ଓଡ଼ିଶା ଚକ ବଦଳାଇବା ବେଳେ ଚାଲିଗଲା ଚାଳକର ଜୀବନ

ଚକ ବଦଳାଇବା ବେଳେ ଚାଲିଗଲା ଚାଳକର ଜୀବନ

60

ହାଟଡିହି-୧୯ /୪, (ଓଡିଆପୁଅ / ବିକାଶ ବିଶ୍ୱାଳ) ଆଜି ଅପରାହ୍ନରେ ଛେନାପଦିଛକ ନିକଟ ଏକ ଗ୍ୟାରେଜରେ ଘଟିଯାିଛି ଏକ ଅଭାବନୀୟ ଦୁର୍ଘଟଣା। ଟ୍ରାକ୍ଟର ଚକ ବଦଳାଇବାକୁ ଯାଇ ଚାଳକର ଜୀବନ ଯାଇଥିବାବେଳେ ମାଲିକ ଗୁରୁତର ଆହତ ହୋଇଛନ୍ତି। ଖବରରୁ ଜଣାଯାଇଛି ଯେ ଆଜି ଅପରାହ୍ନ ୪ଟାବେଳେ ତରଭା ଗ୍ରାମର ଟ୍ରାକ୍ଟର ମାଲିକ ସଞ୍ଜିବ ସେଠୀ ତାଙ୍କ ଟ୍ରାକ୍ଟର ଚକର କିଛି ନଟ ଭାଙ୍ଗି ଯାିଥିବାରୁ ଏହାକୁ ଓଲଡିଂ କରିବାକୁ ଏକ ଗ୍ୟାରେଜକୁ ଆଣିଥିଲେ। ଟ୍ରାକ୍ଟର ଚାଳକ ମାଧବ ଯେନା(୨୩) ଗ୍ୟାରେଜରୁ ଜଗ ଆଣି ନିଜେ ଖୋଲାଖୋଲି କରିବାକୁ ଆରମ୍ଭ କରିଥିଲା। ଗ୍ୟାରେଜ ମାଲିକ ଓ ଟ୍ରାକ୍ଟର ମାଲିକ ଚକର ପମ୍ପ ଖୋଲି ଚକ ଖୋଲିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ମାଧବ ଚକର ପମ୍ପ ନଖୋଲି କେତୋଟି ଚକ ନଟ ଖୋଲିଦେବାରୁ ହଠାତ ଚକଟି ଫାଟି ଯିବା ସହିତ ଚକର ଲୁହା ଡିସଟି ମାଧବର ମୁଣ୍ଡରେ ପିଟି ହୋଇ ଆସି ସଞ୍ଜିବଙ୍କ ଗୋଡରେ ଖୁବ ଜୋରରେ ଆଘାତ କରିଥିଲା। ଏତେ ଯୋରରେ ଆବାଜ ହେଲା ଯେ ଆଖ ପାଖରେ ଥିବା ଲୋକମାନେ କଣ ଫାଟିଲା ବୋଲି ଦଉଡି ଘଟଣାସ୍ଥଳକୁ ଆସିଥିଲେ। ରକ୍ତ ଯୁଡୁବୁଡ ଅବସ୍ଥାରେ ପଡିଥିବା ମାଧବ ଓ ସଞ୍ଜିବ ସେଠୀଙ୍କୁ ଆମ୍ବୁଲାନସ ଯୋଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଦେଇଥିଲେ। ସେଠାରେ ଡାକ୍ତର ମାଧବକୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ଆହତ ସଞ୍ଜିବଙ୍କ ଚିକିତ୍ସା ଜାରି ରହିଛି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.