Home ଓଡ଼ିଶା ରଣପୁର ଅଂଚଳ ରେ କଟକଣା ରେ ପୀଠରେ ମା ଙ୍କ ସପ୍ତମୀ ପୂଜା

ରଣପୁର ଅଂଚଳ ରେ କଟକଣା ରେ ପୀଠରେ ମା ଙ୍କ ସପ୍ତମୀ ପୂଜା

136

ନୟାଗଡ(ଓଡିଆ ପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ)/୧୧/୧୦- ଚଳିତ ବର୍ଷ ନୟାଗଡ ଜିଲ୍ଲା ରଣପୁର ପୀଠ ମାନଙ୍କରେ କୋଭିଡ୍ କଟକଣା ଭିତରେ ପୂଜା ଅନୁଷ୍ଠିତ ହେଉଅଛି । ରଣପୁର ବଜାର ରେ ଜଗଦ୍ଧାତ୍ରୀ ଦୁର୍ଗା ଦେବୀ ଙ୍କ ର ୫୬ ତମ ବାର୍ଷିକ ପୂଜା ମହୋତ୍ସବ ଆରମ୍ଭ ହୋଇଯାଇଅଛି । ସପ୍ତମୀ ପୂଜା କରାଯାଉଥିବା ଜଣାପଡିଛି । ସେହିଭଳି ଭାବରେ ରଣପୁର ରାଜବାଟି ଭିତରେ ମା ଖିଲାମୁଣ୍ଡା , ନାରାୟଣୀ ଓ ମଣିନାଗ ଠାକୁରଣୀ ଙ୍କର ସପ୍ତମୀ ପୂଜା ଆରମ୍ଭ ହୋଇଯାଇଅଛି ।

ଶାରଦୀୟ ଦଶହରା ରେ କୋଭିଡ୍ କଟକଣା ରହିଥିବାରୁ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିଥିବା ଜଣାପଡିଛି । ତେଣୁ ପୀଠ ଗୁଡିକ ରେ ଭକ୍ତ ଙ୍କ ସଂଖ୍ୟା  କମ୍ ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଥିଲା ବେଳେ କୋଭିଡ୍ କଟକଣା ଫିକା ପକାଇ ଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.