Home ଓଡ଼ିଶା ଧାନକ୍ଷେତ ରେ ରୋଗ ଯୋଗୁଁ ଚିନ୍ତା ରେ ଚାଷୀ

ଧାନକ୍ଷେତ ରେ ରୋଗ ଯୋଗୁଁ ଚିନ୍ତା ରେ ଚାଷୀ

81

ନୟାଗଡ(ଓଡିଆ ପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ)/୧୧/୧୦- ଚଳିତ ବର୍ଷ ବିଳମ୍ବିତ ଓ କମ୍ ପରିମାଣ ର ବର୍ଷା ଯୋଗୁଁ କୃଷକ ମାନେ ବିଳମ୍ବ ରେ ଧାନ ଚାଷ କରିଥିଲେ  । ବ୍ୟାଙ୍କ ରୁ , ଗାଁ ସାହୁକାର ଓ ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀ ରୁ ଋଣ ଆଣି ଚାଷ କାର୍ଯ୍ୟ କୁ ତ୍ୱରାନ୍ୱିତ  କରିଥିଲେ । ଶେଷରେ  ସାର ର ଅଭାବ ଯୋଗୁଁ କଳା ବଜାର ରୁ ଅଧିକ ଦାମ୍ ରେ ସାର କିଣି ଧାନ କ୍ଷେତ ରେ ପକାଇଥିଲେ । କିନ୍ତୁ ଏବେ ଧାନ ଚାଷୀ ମାନଙ୍କ ଉପରେ ଦାଉ ସାଜିଛି ମଇଁସିଆ ରୋଗ । ଯାହାଫଳ ରେ ଧାନ ଗଛ ପତ୍ର ସବୁ ପୋଡି ଗଲାଣି । ରଣପୁର ବ୍ଲକ ରେ ଗ୍ରାମ କୃଷି କର୍ମୀ ଭାବେ ୩୭ ଗୋଟି ଗ୍ରାମ ପଞ୍ଚାୟତ କୁ ୧୨ ଜଣ ରହିଛନ୍ତି ।

କୃଷକ ସାଥି ଭାବେ ୬୭ ଜଣ କାର୍ଯ୍ୟ କରୁଛନ୍ତି । କିନ୍ତୁ ଚାଷୀ ମାନଙ୍କ ନିକଟରେ ଠିକ୍ ସମୟରେ ପହଂଚି ପାରୁ ନଥିବା ଅଭିଯୋଗ ହେଉଛି । ସେଭଳି ଦେଖିବାକୁ ମିଳିଛି  ବନ୍ଧମୁଣ୍ଡା ଗ୍ରାମ ପଞ୍ଚାୟତ ଠାରୁ ଆରମ୍ଭ କରି ବହୁ ପଞ୍ଚାୟତ ରେ । ମଇଁସିଆ ରୋଗ ଲାଗିବା ଯୋଗୁଁ ଚାଷୀ କୂଳ କରିଥିବା ଋଣ କିଭଳି ସୁଝିବେ ସେହି ଚିନ୍ତା ରେ । ଏ ସର୍ମ୍ପକେ ରଣପୁର ବ୍ଲକ କୃଷି ଅଧିକାରୀ ଶୁଭେନ୍ଦୁ ସିଂଦେଓ କୁ ଯୋଗାଯୋଗ କରିବା ରେ କୁହନ୍ତି ସରକାର ଏଥିପାଇଁ ଯୋଜନା କରିଛନ୍ତି । କୃଷକ ଆମ୍ଭ ଗ୍ରାମ କୃଷି କର୍ମୀ ଙ୍କ ନିକଟରେ ପହଂଚି ରୋଗ ସର୍ମ୍ପକ ରେ ଜଣାଇଲେ ତାହାର ନାମ ପଞ୍ଜୀକୃତ କରି ଜିଓ ଟ୍ୟାଗ୍ କରିବା ପରେ କୃଷକ ହାତରୁ ପଇସା ଦେଇ ଔଷଧ କିଣିବ । କିନ୍ତୁ ତାହାର ବ୍ୟାଙ୍କ ଖାତା କୁ ସରକାର ଙ୍କ ତରଫରୁ ରୁହାତି ପ୍ରଦାନ କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.