Home ଓଡ଼ିଶା ରଣପୁର ଅଂଚଳରେ ଚକଡା ପୋକ ପରେ ଅଦିନିଆ ବର୍ଷା  କୃଷି ବିଭାଗ ନିଦ୍ରାରେ

ରଣପୁର ଅଂଚଳରେ ଚକଡା ପୋକ ପରେ ଅଦିନିଆ ବର୍ଷା  କୃଷି ବିଭାଗ ନିଦ୍ରାରେ

55

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୪/୧୨- ଓଡିଶାର ଶତକଡା ୮୦ ଭାଗ ଲୋକ କୃଷି ଉପରେ ନିର୍ଭର କରନ୍ତି । ବିଳମ୍ବିତ ବର୍ଷା ଅଦିନିଆ ଲଗାଣ ବର୍ଷା ସାଙ୍ଗକୁ ବନ୍ୟା ବାତ୍ୟା କୃଷକ ମାନଙ୍କର ସଂସାର କୁ ଉଜାଡି ଦେଇଥାଏ । କୃଷି , କୃଷିକ୍ଷେତ୍ର ଓ କୃଷକ ମାନଙ୍କର ସୁରକ୍ଷା ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି । କିନ୍ତୁ କୃଷିକ୍ଷେତ୍ର ରେ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀ ମାନଙ୍କ ଅବହେଲା ଓ ଅଣଦେଖା ଯୋଗୁଁ କୃଷକ ମାନେ  ଆର୍ଥିକ କ୍ଷତି ସହିବା ସହ ଅସୁରକ୍ଷିତ ମନେ କରୁଛନ୍ତି । ସେଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ରେ ।  ରଣପୁର ଅଂଚଳରେ  ବିଳମ୍ବିତ ବର୍ଷା ପରେ ଧାର କରଜ କରି  କୃଷକ ମାନେ ଧାନ ଫସଲ କରିଥିଲେ । ଠିକ୍ ପାଚିଲା ବେଳକୁ ଚକଡା ରୋଗ ଲାଗିଲା । କୃଷି କର୍ମଚାରୀ ମାନେ ଲୋକ ଦେଖାଣିଆ ଭାବେ କାଗଜ ପତ୍ରରେ ସରକାର ଙ୍କୁ ରିପୋର୍ଟ କଲେ  । ଏବେ ଜହ୍ୱାଦ ଲଘୁଚାପ ପ୍ରଭାବରେ ବର୍ଷା ଯୋଗୁଁ ପାଚିଲା ଧାନ ଜମି ଉପରେ ପାଣି ଜମି ରହି ଧାନ ପୋଚା ହୋଇ ଗଲାଣି ।

ଜହ୍ୱାଦ ବାତ୍ୟାର ଆଶଙ୍କା ଥିବା ଯୋଗୁଁ ନୟାଗଡ ଜିଲ୍ଲାପାଳ ସମସ୍ତ ସରକାରୀଙ୍କୁ  ବୈଠକ ଡକାଇ ଶତର୍କ ରହିବା ପାଇଁ ନିର୍ଦେଶ ଦେଇଥିବା ଜଣାପଡିଛି ।  କୃଷି ବିଭାଗ କର୍ମଚାରୀ ମାନେ ଠିକ୍ ଭାବରେ କ୍ଷୟକ୍ଷତି ର ଆକଳନ କରୁନଥିବା ଅଭିଯୋଗ ହେଉଛି । ଏ ସର୍ମ୍ପକେ ରଣପୁର କୃଷି ବିଭାଗ ଅଧିକାରୀ ସୁଭେନ୍ଦୁ ସିଂଦେଓ ଙ୍କ ସହ ଯୋଗାଯୋଗ କରିବାରେ  କୁହନ୍ତି ଯେ ଆମ୍ଭେ ଡାକବାଜି ଯନ୍ତ୍ର ଯୋଗେ କୃଷକ ମାନଙ୍କୁ ତୁରନ୍ତ ପାଚିଲା ଧାନ ଅମଳ ପାଇଁ ସଜାଗ କରିଅଛୁ । ଆଉ ଯାହା ବୁଝିବା କଥା ଅଫିସ କୁ ଆସନ୍ତୁ ବୁଝିବେ ।  ନହେଲେ ଆମ୍ଭେ କହିବୁ ନାହିଁ । କାରଣ ଆମ୍ଭେ ଯାହା କହିଲେ ତୁମ୍ଭେ ଖବର କାଗଜରେ ବାହାର କରିଦେଉଛ । ତୁରନ୍ତ କ୍ଷୟକ୍ଷତି ର ଆକଳନ କରି ତୁରନ୍ତ କ୍ଷତି ପୂରଣ ଦେବାକୁ କୃଷକ ମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.