Home ଜିଲ୍ଲା ପରିକ୍ରମା ରଣପୁରରେ ସ୍ୱାଧିନ କାଉନସିଲର ମମତାଙ୍କ ବିଜେଡ଼ିରେ ଯୋଗଦାନ

ରଣପୁରରେ ସ୍ୱାଧିନ କାଉନସିଲର ମମତାଙ୍କ ବିଜେଡ଼ିରେ ଯୋଗଦାନ

38

ନୟାଗଡ଼ ୨୯/୦୮ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ଼ ଜିଲ୍ଲା ରଣପୁର ବିଜ୍ଞାପିତ ଅଂଚଳ ପରିଷଦର ୧୧ ନଂ ୱାର୍ଡ ସ୍ୱାଧିନ କାଉନସିଲର ମମତା ପ୍ରଧାନ ଅଗଷ୍ଟ ୨୯ ତାରିଖ ଅପରାହ୍ନରେ ରଣପୁର ପୁର୍ତ୍ତ ଡାକବଙ୍ଗଳା ଠାରେ ବିଜୁ ଜନତା ଦଳରେ ଯୋଗଦାନ କରିଥିବା ଜଣାପଡିଛି। ବିଧାୟକ ସତ୍ୟ ନାରାୟଣ ପ୍ରଧାନ ବିଜୁ ଜନତା ଦଳର ଉପଢୈାକନ ସଂକେତ ଦେଇ ଦଳରେ ସାମିଲ କରିଛନ୍ତି।

ବିଜୁ ଜନତା ଦଳ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କର ସ୍ୱଚ୍ଛ ଶାସନ, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଙ୍କ କାର୍ଯ୍ୟଧାରା ଓ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ଅଧକ୍ଷା ରଙ୍ଗୀନ ମହାନ୍ତି ଙ୍କ ସ୍ନେହ ପ୍ରତି ଆଗ୍ରହ ଯୋଗୁଁ ବିଜୁ ଜନତା ଦଳରେ ଯୋଗ ଦେଇ ୧୧ ନଂ ୱାର୍ଡର ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ବିଜୁ ଜନତା ଦଳରେ ସାମିଲ ହୋଇଥିବା ମମତା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.