Home ଓଡ଼ିଶା ରଣପୁରରେ ସାନିଟାଇଜେସନ୍ ଜୋର୍‌ଦାର

ରଣପୁରରେ ସାନିଟାଇଜେସନ୍ ଜୋର୍‌ଦାର

225

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୬/୦୪-କରୋନା ସଂକ୍ରମଣକୁ ରୋକିବା ପାଇଁ ନୟାଗଡ ଜିଲ୍ଲା ରଣପୁର ର ବିଭିନ୍ନ ଅଫିସ୍ ରେ ଲକ୍‌ଡାଉନ୍ ର ୧୪ଦିନରେ ବ୍ୟାପକ ସାନିଟାଇଜେସନ୍ ସ୍ପ୍ରେ କରାଯାଇଥିବା ଜଣା ପଡିଛି । ରଣପୁର ଅଗ୍ନିଶମ ବାହିନୀର ଅଫିସର୍ ସରୋଜ କୁମାର ଦାଶ ସାନିଟାଇଜେସନ୍ କାମକୁ ବ୍ୟାପକ କରିଥିବା ଜଣା ପଡିଛି ।

ପ୍ରଥମରେ ରଣପୁର ସବ୍ ଜେଲ୍ ରେ ୩ଜଣ ମହିଳା ବିଚାରଧିନ ବନ୍ଦୀ, ୩୬ଜଣ ପୁରୁଷ ଓ ୧୦ଜଣ ବନ୍ଦୀ ଅନ୍ତେବାସୀ ଭାବରେ ରହିଆସୁଛନ୍ତି । ତେଣୁ ପ୍ରଥମେ ରଣପୁର ଜେଲ୍‌, ରଣପୁର ସେସୁ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ, ରଣପୁର ତହସିଲ୍ ଅଫିସ୍‌, ତହସିଲ୍ ବଙ୍ଗଳା, ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଏନ୍‌.ଏ.ସି କାର୍ଯ୍ୟାଳୟ, ରଣପୁରରେ ଥିବା ବଜେନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟ ଓ କ୍ୱାରାଣ୍ଟାଇନ୍ ହଲ୍ କୁ ପ୍ରଥମ ପର୍ଯ୍ୟାୟରେ ସାନିଟାଇଜେସନ୍ କରାଯାଇଥିବା ଜଣା ପଡିଛି । ଏହି ସାନିଟାଇଜେସନ୍ କାର୍ଯ୍ୟକୁ ବ୍ୟାପକ କରାଯିବ ବୋଲି ରଣପୁର ଅଗ୍ନିଶମ ବାହିନୀର ଅଧିକାରୀ ସରୋଜ କୁମାର ଦାଶ ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.