Home ଓଡ଼ିଶା କ୍ୱାରେଣ୍ଟାଇନ୍ ହଲ୍ ରୁ ପଳାଇ ଯିବାରୁ ଥାନାରେ ମାମଲା ଋଜୁ

କ୍ୱାରେଣ୍ଟାଇନ୍ ହଲ୍ ରୁ ପଳାଇ ଯିବାରୁ ଥାନାରେ ମାମଲା ଋଜୁ

153

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୬/୦୪-ନୟାଗଡ ଜିଲ୍ଲା ରଣପୁର ଏନ୍‌.ଏ.ସି ଓ ୩୭ଗୋଟି ଗ୍ରାମ ପଂଚାୟତରେ ବାହାରୁ ଆସୁଥିବା ଲୋକମାନଙ୍କୁ ୧୪ଦିନ ପାଇଁ କ୍ୱାରେଣ୍ଟାଇନ୍ ହଲ୍ ରେ ରଖାଯାଇଥାଏ । କେହି କେହି ନିଜ ଘରେ କ୍ୱାରେଣ୍ଟାଇନ୍ ରେ ରହିଥାନ୍ତି । ରଣପୁର ର ବ୍ରଜରାଜପୁର କ୍ୱାରେଣ୍ଟାଇନ୍ ହଲ୍‌ରେ ରଣପୁର ଥାନା ଇନିସ୍‌ପେକ୍ଟର ରଶ୍ମିରଂଜନ ଦାଶ ଓ କୋଭିଡ୍‌-୧୯ ରଣପୁର ନୋଡାଲ ଅଫିସର୍ ସଂଜୟ କୁମାର ସାମନ୍ତରାୟ କଟକରୁ ଆସିଥିବା କୁଂଜବନ ଗ୍ରାମର ଭଗବାନ ପାତ୍ରକୁ ରଖିଥିଲେ । ତାଙ୍କର ହୃଦ୍ ରୋଗ ଓ ମଧୁମେହ ଥିବାରୁ କିଛି ସମୟ କ୍ୱାରେଣ୍ଟାଇନ୍ ହଲ୍‌ରେ ରହିବା ପରେ କୁଂଜବନରେ ଥିବା ନିଜ ଘରେ କ୍ୱାରେଣ୍ଟାଇନ୍ ରେ ରହିବେ ବୋଲି ପ୍ରଶାସନକୁ ଅନୁରୋଧ କରି ଚାଲିଯାଇଥିଲେ । ରାତି ପାହିଲା ପରେ ସେ ଘରୁ ଫେରାର ହୋଇଥିବା ସ୍ଥାନୀୟ ସରପଂଚ ସୁକାନ୍ତ କୁମାର ସାମନ୍ତରାୟ ନୋଡାଲ ଅଫିସର୍ ଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ।

ସେହିଭଳି ଭାବରେ ସେହି କୁଂଜବନ ଗ୍ରାମର ପ୍ରଭାକର ମହାନ୍ତି ଶ୍ରୀନଗରରୁ ଆସି ନିଜ ଗ୍ରାମରେ ରହୁଥିଲେ । ରଣପୁର ପ୍ରଶାସନ ସେହି ବ୍ୟକ୍ତିଙ୍କୁ ଠାବ କରି ବ୍ରଜରାଜପୁର କ୍ୱାରେଣ୍ଟାଇନ୍ ହଲ୍‌ରେ ରହିବାକୁ ନିର୍ଦ୍ଧେଶ ଦେଇଥିଲେ । ପ୍ରଭାକର ମହାନ୍ତି ମଧ୍ୟ କ୍ୱାରେଣ୍ଟାନ୍ ହଲ୍‌ରେ ନ ରହି ସପରିବାରେ କେଉଁଆଡେ ଫେରାର ହୋଇଯାଇଥିବା ସରପଂଚ ସୁକାନ୍ତ କୁମାର ସାମନ୍ତରାୟ ନୋଡାଲ ଅଫିସର୍ ସଂଜୟ କୁମାର ସାମନ୍ତରାୟଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଏ ସମ୍ପର୍କେ ନୋଡାଲ ଅଫିସର୍ ସଂଜୟ କୁମାର ସାମନ୍ତରାୟଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଉଭୟଙ୍କ ନାମରେ ଆସିଥିବା ଅଭିଯୋଗକୁ ରଣପୁର ଥାନାକୁ ପଠାଇ ଦିଆଯାଇଛି । ରଣପୁର ଥାନା ଇନିସ୍‌ପେକ୍ଟର ରଶ୍ମିଂଜନ ଦାଶଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଉଭୟଙ୍କ ନାମରେ ଥାନା କେଶ୍‌-୯୯/୨୦୨୦ ଋଜୁ ହୋଇଅଛି । ଫେରାର ହୋଇଥିବା ଭଗବାନ ପାତ୍ର କଟକ ସିଟି ହସ୍ପିଟାଲ୍ ରେ ଲ୍ୟାବ୍ ଟେକେନ୍‌ସିଆନ୍ ଭାବେ କାର୍ଯ୍ୟ କରୁଥିବାର ସୋସିଆଲ ମିଡିଆ ଫେସ୍‌ବୁକ୍  ରେ ଫଟୋ ଅପଲୋଡ୍ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.