Home ଓଡ଼ିଶା ଦଣ୍ଡ ଯାତ୍ରା ବନ୍ଦ କଲା ରଣପୁର ପ୍ରଶାସନ

ଦଣ୍ଡ ଯାତ୍ରା ବନ୍ଦ କଲା ରଣପୁର ପ୍ରଶାସନ

197

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୬/୦୪-ନୟାଗଡ ଜିଲ୍ଲା ରଣପୁର ଅଂଚଳ ବିଶେଷ କରି ଶୈବ ପୀଠ ଭାବରେ ପରିଚିତ । ପଣା ସଂକ୍ରାନ୍ତି ପୁର୍ବରୁ ରଣପୁର ଅଂଚଳ ଧୁପ ଧୁଆଁରେ ପ୍ରମୋହିତ ହୋଇ ଉଠିଥାଏ । ରଣପୁର ଅଂଚଳରେ ୨୭ଗୋଟି ଦଣ୍ଡ ଯାତ୍ରା କୋଠୀ ରହିଅଛି । ଏହି ସମୟରେ ରାତିସାରା ଦଣ୍ଡ ଯାତ୍ରାର ଏକ ମାହୋଲ ସୃଷ୍ଟି ହୋଇଥାଏ । କିନ୍ତୁ ମହାମାରୀ କରୋନାର ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାମାଜିକ ଦୁରତ୍ୱ ଓ ଜନ ସମାଗମକୁ ଏଡାଇବା ପାଇଁ ରଣପୁର ପ୍ରଶାସନ ତତ୍ପର ହୋଇ ଉଠିଛି । ରଣପୁର ଥାନା ଇନିସ୍‌ପେକ୍ଟର ରଶ୍ମିରଂଜନ ଦାଶ, ରଣପୁର କୋଭିଡ୍‌-୧୯ ର ନୋଡାଲ ଅଫିସର୍ ସଂଜୟ କୁମାର ସାମନ୍ତରାୟ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରି ରଣପୁର ଜନ ସାଧାରଣ ଓ ଦଣ୍ଡ ଯାତ୍ରା କମିଟିକୁ ଚଳିତ ବର୍ଷ ଏହି ଯାତ୍ରା ବନ୍ଦ କରିବା ପାଇଁ ନିବେଦନ କରଛନ୍ତି ।

ଯଦି କେହି ଅମାନିଆ ହୋଇ ଦଣ୍ଡ ଯାତ୍ରା କରେ ତାହେଲେ ତା ବିରୁଦ୍ଧରେ କଠୋର ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଯାହା ଫଳରେ ରଣପୁର ଚଣ୍ଡେଶ୍ୱର ଦେବ, ସ୍ୱପ୍ନେଶ୍ୱର ଦେବ, କମଳେଶ୍ୱର ଦେବ, ନିଳକଣ୍ଠେଶ୍ୱର ଦେବ ଏପରିକି ଲତାର ବାଲୁଙ୍କେଶ୍ୱର ଦେବ କୋଠୀର କମିଟି ମଧ୍ୟରେ ଏକ ହତୋତ୍ସାହ ବାତାବରଣ ସୃଷ୍ଟି କରିଛି । ପରମ୍ପରା ଅନୁଯାୟୀ ଗୋଟିଏ ବର୍ଷ ଦଣ୍ଡ ଯାତ୍ରା କୋଠୀ ବନ୍ଦ ହୋଇ ଠାକୁର ନ ଗାଧୋଇଲେ ୧୨ବର୍ଷ ପର୍ଯ୍ୟନ୍ତ କୋଠୀ ବନ୍ଦ ରହିବ ବୋଲି ଲୋକମାନଙ୍କର ବିଶ୍ୱାସ ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.