Home ଓଡ଼ିଶା ରଣପୁରରେ ସଂଯୁକ୍ତ କିଷାନ୍ ମୋର୍ଚ୍ଚାର ବିଜୟ ଦିବସ ପାଳିତ

ରଣପୁରରେ ସଂଯୁକ୍ତ କିଷାନ୍ ମୋର୍ଚ୍ଚାର ବିଜୟ ଦିବସ ପାଳିତ

44

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୧/୧୨-   ଦେଶରେ କେନ୍ଦ୍ର ସରକାର କରିଥିବା ୩ ଗୋଟି କଳା କୃଷି ଆଇନ୍ କୁ ପ୍ରତ୍ୟାହାର ପାଇଁ ଏକ ବର୍ଷ ହେଲା ଆନ୍ଦୋଳନ ଜାରି ରଖିଥିଲେ । ଏହି ଆନ୍ଦୋଳନରେ ୭ଶହ ୧୫ ଜଣ କୃଷକ ମୁତ୍ୟୁ ବରଣ କରିଥିଲେ ଶେଷରେ କେନ୍ଦ୍ର ମୋଦି ସରକାର ନିଜର ଭୁଲ୍ ବୁଝିପାରି ୩ କଳା କୃଷି ଆଇନ୍ କୁ ପ୍ରତ୍ୟାହାର କରିଥିଲେ । ତଥାପି କୃଷକ ମାନେ ସେମାନଙ୍କ ନାମରୁ ମିଥ୍ୟା ମାମଲା ପ୍ରତ୍ୟାହାର ଦାବୀ ଓ ଧାନର ସହାୟକ ମୁଲ୍ୟ ବୃଦ୍ଧି ପାଇଁ ଅଡିବସିଥିଲେ । ଶେଷରେ କେନ୍ଦ୍ର ସରକାର କୃଷକ ମାନଙ୍କର ଦାବୀକୁ ଗ୍ରହଣ କରିଥିଲେ ।

ସେହି ପରିପ୍ରେକ୍ଷୀରେ ରଣପୁର କୃଷକ ସଭା ତରଫରୁ କିଷାନ୍ ମୋର୍ଚ୍ଚାର ବିଜୟ ଦିବସ ପଥପ୍ରାନ୍ତ ସଭା ଦ୍ୱାରା ପାଳନ କରାଯାଇଛି । ଏଥିରେ କୃଷକ ନେତା ହରିଶ୍ଚନ୍ଦ୍ର ମିଶ୍ର , ସୁରେଷ ସ୍ୱାଇଁ , ଶୁଶିଲ୍ ମହାନ୍ତି , ଗଦାଧର ପ୍ରଧାନ , ନିତ୍ୟାନନ୍ଦ ପରିଡା, ଧୁଃଶାସନ ଜେନା ପ୍ରମୁଖ ବହୁ କୃଷକ ନେତା ଯୋଗ ଦେଇ ବିଜୟ ପର୍ବ ସଂର୍ମ୍ପକରେ ଅଭିଭାଷଣ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.