Home ଓଡ଼ିଶା ଅଜଣା ଶବର ପରିଚୟ ମିଳିଲା ହତ୍ୟାକାଣ୍ଡ ବୋଲି ସ୍ପଷ୍ଠ ମାମୁଁ ହତ୍ୟା ଅଭିଯୋଗରେ ଭଣଜା ଓ...

ଅଜଣା ଶବର ପରିଚୟ ମିଳିଲା ହତ୍ୟାକାଣ୍ଡ ବୋଲି ସ୍ପଷ୍ଠ ମାମୁଁ ହତ୍ୟା ଅଭିଯୋଗରେ ଭଣଜା ଓ ସହଯୋଗୀ ଗିରଫ

89

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୧/୧୨- ହିନ୍ଦୁ ଧର୍ମ ଓ ସଂସ୍କୃତିରେ ମାମୁଁ ଓ ଭଣଜାର ସର୍ମ୍ପକ ଏକ ପବିର୍ତ ସର୍ମ୍ପକ । ଜନ୍ମିତ ପୁତ୍ର ଠାରୁ ଭଣଜା ଆଗରେ ରହିଥାଏ । ସେ ପବିର୍ତ ସର୍ମ୍ପକ ଆଜି କଳୁଷିତ ହେବାରେ ବସିଛି ।  ଭଣଜା ମାମୁଁ କୁ ହତ୍ୟା କରିବା ପାଇଁ ପଛାଉ ନାହିଁ । ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ଚାନ୍ଦପୁର ଥାନା ଅଂଚଳରେ ।  ଚାନ୍ଦପୁର ପୋଲିସ ମାମୁଁ ହତ୍ୟା ଅଭିଯୋଗରେ ଭଣଜା  ଓ ତାର ସହଯୋଗୀକୁ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ଭଣଜା ହେଲେ ଚାନ୍ଦପୁର ର ନବ ପ୍ରଧାନ ଓ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନାର ନବର ଶାଳକ ଶିବ ସାହୁ । ଘଟଣାରୁ ପ୍ରକାଶ ଗତ ଡିସେମ୍ବର ୮ ତାରିଖ ରେ ଚାନ୍ଦପୁର ଥାନା ପଟିଆ ଗ୍ରାମ ପଞ୍ଚାୟତ ଗୋଦାସାହି ଜଙ୍ଗଲ ରୁ ଏକ ଅଜଣା ଶବ ମିଳିଥିଲା ।  ଚାନ୍ଦପୁର ପୋଲିସ ଶବ ଜବତ କରିବା ସହ ପଞ୍ଚନାମା ପରେ ଶବକୁ ଚିହ୍ନଟ ପାଇଁ ସଂରକ୍ଷିତ  ରଖିଥିଲେ ।  ଚାନ୍ଦପୁର ଥାନା ନିରୀକ୍ଷକ ରଶ୍ମୀ ରଞ୍ଜନ ଦାସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଭାର ନିଜେ ନେଇ ତଦନ୍ତ କରୁଥିଲେ  । ଏକ ସି ସି ଟିଭି ଫଟଚିତ୍ର କୁ ଆଧାର କରି ଏକ ମୋଟର ସାଇକେଲରେ ଅଜଣା ଶବ ଫିଙ୍ଗିଥିବା ଘଟଣା  ଜାଣିପାରିଥିଲେ ।

ଏହି ସୁତ୍ରକୁ ଆଧାର କରି ଜାଣିବାକୁ ପାଇଲେ ଯେ ମୃତକ ବ୍ରଜ ବିଶ୍ୱାଳ ତାର ଘର ବାଲୁଗାଁ ଥାନା ହରିକୁଣ୍ଡ ବରଡି ଗ୍ରାମରେ । ସେ ଚାନ୍ଦପୁର ନିଜ ଭଣଜା ନବ ପ୍ରଧାନ ଙ୍କ ନାମରେ ନିଜର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତି କରିଦେଇ ଭଣଜା ପାଖରେ ରହୁଥିଲେ ।  ମାମୁଁ ଙ୍କ ଦେହ ଖରାପ ପାଇଁ ନବ ୬୦ ହଜାର ଟଙ୍କା ଖର୍ଚ୍ଚ କରିଥିଲେ । ମାମୁଁ ଙ୍କ ଦେହ ବାରମ୍ବାର ଖରାପ ହେବାରୁ ଅଧିକ ଅର୍ଥ ଖର୍ଚ୍ଚ ଆବଶ୍ୟକ ପଡିବାରୁ ଖର୍ଚ୍ଚ କରିନପାରି ମାମୁଁ ଙ୍କୁ ହତ୍ୟା କରିବା ପାଇଁ ନିଷ୍ପତି ନେଇଥିଲା । ନିଜ ଶାଳକ ଶିବ ସାହୁ ସହ ସଡଯନ୍ତ୍ର କରି ଏକ ମଟର ସାଇକେଲରେ ବସାଇ ନିଜ ଶଳା  ସହଯୋଗରେ ପଟିଆ ଅଂଚଳକୁ ନେଇଥିଲା । ସେଠାରେ ମଦରେ ବିଶାକ୍ତ  କିଟନାଶକ ଔଷଧ ମିଶାଇ ମାମୁଁକୁ ପିଆଇ ଦେଇଥିଲା । ମାମୁଁ ଙ୍କ ମୁତ୍ୟୁ ପରେ ହତ୍ୟାକାଣ୍ଡ କୁ ଛପେଇ ଦବା ଉଦ୍ୟେଶରେ ଶବ କୁ ଜଙ୍ଗଲରେ ଫିଙ୍ଗି ଦେଇ ଚାଲି ଆସିଥିଲା ।  ପୋଲିସ  ବିଶ ଶିଶିକୁ ଜବତ କରିବା ସହ ବ୍ୟବହାର କରିଥିବା ମଟର ସାଇକେଲ କୁ ଜବତ କରିଥିବା ଜଣାପଡିଛି ।  ବ୍ରଜ ବିଶ୍ୱାଳର ଶବ କୁ ତା ଭାଇମାନେ ଗ୍ରହଣ କରିବାକୁ ମନା କରିବାରୁ ନିୟମ ଅନୁଯାଇ ପୋଲିସ ଶବ ସଂସ୍କାର କରିଥିବା ଜଣାପଡିଛି । ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବା ପରେ ଜାମିନ୍ ନା ମଞ୍ଜୁର ହେବାରୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.