Home ଜିଲ୍ଲା ପରିକ୍ରମା ରଣପୁରରେ ରବି ଧାନମଣ୍ଡି ନଖୋଲିଲେ କୃଷକଙ୍କ ଅନ୍ଦୋଳନ ଚେତାବନୀ

ରଣପୁରରେ ରବି ଧାନମଣ୍ଡି ନଖୋଲିଲେ କୃଷକଙ୍କ ଅନ୍ଦୋଳନ ଚେତାବନୀ

30

ନୟାଗଡ/୦୭/୦୫(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ବ୍ଲକ ଭେଟ୍ଟବର ଡ୍ୟାମ ତଳି ଅଂଚଳରେ ପ୍ରତିବର୍ଷ ୮୦୦ ଏକର ରବିଧାନ ହୋଇଥାଏ। ପ୍ରାୟ ୧୭୦୦ କୃଷକ ପରିବାର ଏଥିରେ ଉପକୃତ ହୋଇଥାନ୍ତି। ହଜାର ହଜାର କ୍ୟୁଣ୍ଟାଲ ଧାନ ସଂଗ୍ରହ ହେଉଥିଲେ ମଧ୍ୟ କୃଷକ ପରିବାର ଉନ୍ନତି କରିପାରୁ ନାହିଁ। ରବିଧାନ ସଂଗ୍ରହ ପାଇଁ ମଣ୍ଡି ନଖୋଲିବା ଯୋଗୁଁ କୃଷକ ମାନେ ଅଭାବୀ ଧାନବିକ୍ରିର ଶୀକାର ହେଉଛନ୍ତି। ଦଲାଲ ମାନେ ଗାଁ ଗାଁ ବୁଲି ଶାଗମାଛ ଦରରେ ଧାନ ବିକ୍ରି କରିବା ପାଇଁ ବାଧ୍ୟ କରୁଛନ୍ତି। କୃଷକ ମାନେ ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀ, ସେବା ସମବାୟ ସମିତି ଏପରିକି ବିଭିନ୍ନ ବ୍ୟାଙ୍କରେ ସୁନା ଜିନିଷ ବନ୍ଧା ପକାଇ ଋଣ କରି ଧାନଚାଷ କରୁଛନ୍ତି। ଶାଗମାଛ ଦରରେ ଧାନ ବିକ୍ରୟ କରି ଋଣ ପରିଶୋଧ କରିବା ପରେ କୃଷକ ର ହାତ ଖାଲି। କୃଷକ ପରିବାର ଯେଉଁ ଗରୀବ କୁ ସେହି ଗରୀବ ହୋଇ ରହିଯାଉଛି।

ରାଜ୍ୟର କୃଷିମନ୍ତ୍ରୀ ନୟାଗଡ ଜିଲ୍ଲାର ହୋଇଥିଲେ ମଧ୍ୟ ରବି ଧାନ ସଂଗ୍ରହ ମଣ୍ଡି ଖୋଲିବା ପାଇଁ ପଦକ୍ଷେପ ନେଉନାହାଁନ୍ତି ବୋଲି ଅଭିଯୋଗ ହେଉଛି। କୃଷକ ମାନେ ରବି ଧାନ ସଂଗ୍ରହ ମଣ୍ଡି ଖୋଲିବା ପାଇଁ ରାଜରାସ୍ତା କୁ ଉହ୍ଲାଇବେ ବୋଲି ଚେତାବନୀ ଦେଇଥିବା ଜଣାପଡିଛି। ପ୍ରତିବର୍ଷ ତହସିଲଦାର ଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ଉଚ୍ଚ ଅଧିକାରୀ ଙ୍କ ପର୍ଯ୍ୟନ୍ତ ରବି ଧାନ ମଣ୍ଡି ଖୋଲିବା ପାଇଁ ଆବେଦନ କରିଥିଲେ ମଧ୍ୟ କେହି ଶୁଣୁନଥିବା ଯୋଗୁଁ କୃଷକ ମାନେ ଆନ୍ଦୋଳନ କରିବେ ବୋଲି ନନ୍ଦପୁର ର କୃଷକ ନେତା ପରମାନନ୍ଦ ସାହୁ କହିଛନ୍ତି। ଏ ସର୍ମ୍ପକେ ନୟାଗଡ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇ ନଥିଲେ। ନୟାଗଡ ଅତିରିକ୍ତ ଯୋଗାଣ ଅଧିକାରିଣୀ ତିଳୋତମା ପ୍ରଦାନଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଯେ ନୟାଗଡ ଜିଲ୍ଲାରୁ ରବି ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାର ଙ୍କ ଅନୁମତି ନାହିଁ। ରାଜ୍ୟ ସରକାରଙ୍କ ଅନୁମତି ମିଳିଲେ ନୟାଗଡ ଜିଲ୍ଲାରୁ ରବି ଧାନ ସଂଗ୍ରହ ପାଇଁ ପଦକ୍ଷେପ ନିଆଯିବ। ଏପରିସ୍ଥଳେ ରାଜ୍ୟ ସରକାର ନୟାଗଡ ଜିଲ୍ଲାରୁ ରବି ଧାନ ସଂଗ୍ରହ ପାଇଁ ଅନୁମତି ଦେବାକୁ କୃଷକ ମାନେ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.