Home ଆମ ପର୍ବ ପର୍ବାଣୀ ରଣପୁରରେ ବାବା ଚଣ୍ଡେଶ୍ୱରଙ୍କ ଧୂଳିଆ ଦଣ୍ଡଯାତ୍ରା

ରଣପୁରରେ ବାବା ଚଣ୍ଡେଶ୍ୱରଙ୍କ ଧୂଳିଆ ଦଣ୍ଡଯାତ୍ରା

67

ନୟାଗଡ଼ ୦୫/୦୪(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ରାଜ ରାଜୁଡା ଅମଳରୁ ରଣପୁର ଗଡଜାତ ଅଂଚଳରୁ ୨୭ କୋଠୀରେ ଦଣ୍ଡ ଯାତ୍ରା ଅନୁଷ୍ଠିତ ହୋଇଆସୁଅଛି। ଗତ ୨ ବର୍ଷହେଲା କରୋନା ଲହର ଯୋଗୁଁ କୋଭିଡ୍ କଟକଣା ଭିତରେ କେବଳ ନୀତିକାନ୍ତି ରେ ପାଣିତୋଳା ହୋଇଥିଲେ ମଧ୍ୟ ଦଣ୍ଡଯାତ୍ରା ବନ୍ଦ ଥିଲା। ଚଳିତ ବର୍ଷ ଶ୍ରଦ୍ଧାଳୁ ଭକ୍ତ ମାନେ ଭକ୍ତାମାନଙ୍କୁ ନେଇ ଆନ୍ଦ ଉଲ୍ଲାସରେ ଦଣ୍ଡଯାତ୍ରା କରୁଥିବା ଦେଖିବାକୁ ମିଳୁଛି। ୧୩ ଭକ୍ତା ଅପରାହ୍ନରେ ଦଣ୍ଡ ଠାକୁରଙ୍କୁ ପାଣି ତୋଠରେ ସ୍ନାନ କରାଇବା ପରେ ଦଣ୍ଡ ବନ୍ଦାଣ ପାଇଁ ମାନସିକଧାରୀ ଭକ୍ତଙ୍କ ଦ୍ୱାରକୁ ଯାଇଥାନ୍ତି।

ବନ୍ଧାଣ ସରିବା ପରେ କାମନା କୋଠୀ କୁ ଯାଇ ଭକ୍ତାମାନେ ଠାକୁରଙ୍କ ଅଧରପଣା କୁ ସେବନ କରିଥାନ୍ତି। ରାତ୍ରରେ ନିର୍ଦ୍ଧାରିତ ଭକ୍ତଙ୍କ ଦ୍ୱାରକୁ ଯାଇ ଚଡେୟା ଚଡଉଣୀ, କେଳା କେଳୁଣୀ ଆଦି ପାରମ୍ପରିକ ନୃତ୍ୟ ସହ ଚଡେୟା ସୁଆଙ୍ଗ, ଶିବ ଗାଥା ନୃତ୍ୟ ପରିବେଶଣ କରିଥାନ୍ତି। ସମସ୍ତ ନାଚୁଆ ମାନେ ସକାଳୁ ସକାଳୁ ଭକ୍ତଙ୍କ ଦ୍ୱାରରୁ କାମନା କୋଠୀକୁ ଫେରିବା ସମୟରେ ରାସ୍ତା ସାରା ଶିବଗାଥା ଦଣ୍ଡ ଠାକୁରଙ୍କ ମହିମା ଗାନ କରି ନୃତ୍ୟ କରି ଫେରିଥାନ୍ତି। ଯାହାକୁ କି ଧୂଳିଆ ଦଣ୍ଡଯାତ୍ରା କୁହାଯାଏ। ଏହି ଧୂଳିଆ ଦଣ୍ଡ ଯାତ୍ରା ଦେଖିବା ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ ଭକ୍ତ ମାନଙ୍କର ଭିଡ ଜମିବା ସହିତ ଆନନ୍ଦ ଉଲ୍ଲାସ ଦେଖାଦେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.