Home ଆମ ପର୍ବ ପର୍ବାଣୀ ଗୋପାଳପୁରରେ ପଞ୍ଚ ଦଣ୍ଡ ଠାକୁରଙ୍କ ବନ୍ଦାଣ ଓ ମିଳନ

ଗୋପାଳପୁରରେ ପଞ୍ଚ ଦଣ୍ଡ ଠାକୁରଙ୍କ ବନ୍ଦାଣ ଓ ମିଳନ

136

ନୟାଗଡ଼ ୦୫/୦୪ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଅଂଚଳ ରେ ଚୈତ୍ର ମାସରେ ଦଣ୍ଡ ଠାକୁରଙ୍କ ଆର୍ବିଭାବ ଘଟିଥାଏ। ମାନସିକଧାରୀ ଶ୍ରଦ୍ଧାଳୁ ଭକ୍ତମାନେ ନିଜର ମାନସିକ ପୁରଣ ପରେ ଦଣ୍ଡ ଠାକୁର ମାନଙ୍କୁ ଏକାଠି କରି ବନ୍ଦାଣ କରିଥାନ୍ତି। ଗୋପାଳପୁର ଚାଇନା ସ୍ୱାଇଁଙ୍କ ଦ୍ୱାର ରେ ପଞ୍ଚ ଦଣ୍ଡ ଠାକୁର ମେଳନ ଏପ୍ରିଲ ୫ ତାରିଖ ସଂନ୍ଧ୍ୟାରେ ହୋଇଥିବା ଜଣାପଡିଛି।

ଏଥିରେ ଗୋପାଳପୁର ନିଳକଣ୍ଠେଶ୍ୱର, ମଧୁପୁର କମଳେଶ୍ୱର, ନନ୍ଦପୁର ଦଣ୍ଡ ଠାକୁର, ବରମୂଳ ଦଣ୍ଡ ଠାକୁର ଓ କଣ୍ଡରାସିଂହ ଦଣ୍ଡ ଠାକୁର ଙ୍କୁ ବନ୍ଦାଣ କରାଯାଇଥିଲା। ଏହି ପାଞ୍ଚ ଦଣ୍ଡ ଠାକୁରଙ୍କ ମିଳନର ଅପୁର୍ବ ଦୃଶ୍ୟ ଉପସ୍ଥିତ ଭକ୍ତ ମାନଙ୍କୁ ବିମୋହିତ କରିଥିଲା। ଶହ ଶହ ଭକ୍ତ, ଭକ୍ତା ପଞ୍ଚ ଦଣ୍ଡର ଦର୍ଶନ କରି ଆର୍ଶୀବାଦ ଲାଭ କରିଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.