Home ଓଡ଼ିଶା ରଣପୁରରେ ବାଘ ଦାନ୍ତ, ନେପାଳି ମୂଷା, ଶୁଆ ଜବତ ଅଭିଯୁକ୍ତ ଗିରଫ

ରଣପୁରରେ ବାଘ ଦାନ୍ତ, ନେପାଳି ମୂଷା, ଶୁଆ ଜବତ ଅଭିଯୁକ୍ତ ଗିରଫ

37

ନୟାଗଡ଼ ୦୬/୦୯(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ଖୋର୍ଦ୍ଧା ବନଖଣ୍ଡ ରଣପୁର ବନାଞ୍ଚଳରେ ବାଘ ଶୀକାର ନେଇ ହଇଚଇ ସୃଷ୍ଟି ହୋଇଥିଲା। ବନବିଭାଗ ବାଘ ଛାଲ ଜବତ କରିବା ସହ ଅଭିଯୁକ୍ତମାନଙ୍କୁ ଅଦାଲତ ଚାଲାଣ କରିଥିଲା। ସେହିଦିନ ଠାରୁ ବନ ବିଭାଗ ରଣପୁର ଅଂଚଳରେ ବନ୍ୟଜନ୍ତୁ ଙ୍କ ଶରୀର ର ଅଂଶାବଶେଷ ବ୍ୟବସାୟ ଉପରେ ନଜର ରଖିଥିଲା। ରଣପୁର ବନାଂଚଳ ଅଧିକାରୀ ସୁବ୍ରତ କୁମାର ବେହେରା ରଣପୁର ରେ ବାଘ ଦାନ୍ତ କାରବାର ହେଉଥିବା ନେଇ ସୁରାକ୍ ପାଇଥିଲେ। ଉପଖଣ୍ଡୀୟ ବନାଂଚଳ ଅଧିକାରୀ ଗୋବିନ୍ଦ ବିଶ୍ୱାଳଙ୍କ ସହ ଯୋଗାଯୋଗ କରି ଏକ ସ୍ୱତନ୍ତ୍ର ଦଳ ବାଘ ଦାନ୍ତ ବ୍ୟବସାୟୀଙ୍କୁ ଧରିବା ପାଇଁ ଗଠନ କରିଥିଲେ। ଯୋଜନା ଅନୁଯାଇ ୨ ଜଣ କର୍ମଚାରୀ ସାଧା ପୋଷାକ ରେ ବାଘ ଦାନ୍ତ ବିକ୍ରୟ କରିବାକୁ ରଖିଥିବା ଲୋକ ପାଖରେ ପହଂଚିଥିଲେ।

ବାଘ ଦାନ୍ତ ଦରଦାମ୍ ଛିଢାଇବା ସମୟରେ ଯୋଜନା ଅନୁଯାଇ ରଣପୁର ବନାଂଚଳ ଅଧିକାରୀ ସୁବ୍ରତ କୁମାର ବେହେରା ଓ ଉପଖଣ୍ଡୀୟ ବନାଂଚଳ ଅଧିକାରୀ ଗୋବିନ୍ଦ ବିଶ୍ୱାଳ ଙ୍କୁ ସୂଚନା ଦେଇଥିଲେ। ତେଣୁ ସୂଚନା ପାଇଁ ସଦଳବଳେ ରଣପୁର ମଣିନାଗ ନୂଆସାହି ବାଘଦାନ୍ତ ବ୍ୟବସାୟ ସ୍ଥଳରେ ପହଂଚିଥିଲେ। ବାଘଦାନ୍ତ, ଗୋଟିଏ ନେପାଳି ମୂଷା ଓ ଗୋଟିଏ ଶୁଆ ଜବତ କରି ଅଭିଯୁକ୍ତ ବିନୋଦ ବିହାରୀ ପ୍ରଧାନଙ୍କୁ ଗିରଫ କରିଥିଲେ। ବନ୍ୟଜନ୍ତୁ ଆଇନ ଅନୁସାରେ ତଦନ୍ତ କରିବା ସମୟରେ ଅଭିଯୁକ୍ତ ଙ୍କ ପୁଅ ଯେ କି ପୋଲିସ ବିଭାଗରେ ବାହାର ଜିଲ୍ଲାରେ ଚାକିରି କରିଛି ତାହାର ବାଘଦାନ୍ତ ବ୍ୟବସାୟରେ ସଂପୃକ୍ତି ଥିବା ବନ ବିଭାଗ ତରଫରୁ ସୂଚନା ମିଳିଛି। ଅଭିଯୁକ୍ତ ବିନୋଦ କୁ ଅଦାଲତ ଚାଲାଣ କରିବା ପରେ ଜାମିନ୍ ନାମଞ୍ଜୁର ହେବାରୁ ଜେଲ ହାଜତ କୁ ପଠାଇ ଦିଆଯାଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.