Home ଜିଲ୍ଲା ପରିକ୍ରମା ଚାନ୍ଦପୁର ଥାନା ନୂଆପଡ଼ା କାଜୁ ଜଙ୍ଗଲରେ ଜୁଆଡ଼ିଙ୍କ ଆଡ୍ଡା

ଚାନ୍ଦପୁର ଥାନା ନୂଆପଡ଼ା କାଜୁ ଜଙ୍ଗଲରେ ଜୁଆଡ଼ିଙ୍କ ଆଡ୍ଡା

42

ନୟାଗଡ଼ ୦୩/୦୯ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଓ ଟାଙ୍ଗୀ ଥାନା ଅଂଚଳରେ ପ୍ରତିବର୍ଷ ଗଣେଶ ପୂଜା ଠାରୁ ମାସ ମାସ ଧରି ଜୁଆ ଖେଳ ଚାଲିଥାଏ। ଟାଙ୍ଗୀ ବେଣିପଥର ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ ଫଳରେ ଜୁଆଡିମାନେ ଚାନ୍ଦପୁର ଥାନା ନୂଆପଡା କାଜୁ ଜଙ୍ଗଲରେ ଆଡ୍ଡା ଜମାଇଥିବା ଅଭିଯୋଗ ହେଉଛି। ଏ ଭଳି ଅଭିଯୋଗ ଆଣି ଅସନ୍ତୁଷ୍ଟ ବ୍ୟକ୍ତ କରୁଛନ୍ତି ନୂଆପଡା, ନାକିଠଣା ଓ ଜଙ୍କିଆ ଗ୍ରାମବାସୀମାନେ।

ଜୁଆ ଖେଳ ଚାଲିବା ଯୋଗୁଁ କିଛି ସ୍ଥାନୀୟ ଯୁବକମାନେ ଜୁଆ ଖେଳରେ ସର୍ବସ୍ୱାନ୍ତ ହେବା ଯୋଗୁଁ ଆତ୍ମହତ୍ୟା କରୁଥିବା ସହ ସେମାନଙ୍କ ପରିବାର ଉର୍ଚ୍ଛନ୍ନ ହେଉଛନ୍ତି। ଖୋର୍ଦ୍ଧା ଜିଲ୍ଲା ଅଂଚଳରୁ ଅନେକ ଜୁଆଡ଼ି ଏହି ଜୁଆ ଖେଳରେ ସାମିଲ୍ ହେଉଥିବା ଜଣାପଡ଼ିଛି। ଚାନ୍ଦପୁର ଅଂଚଳରେ ଜୁଆଖେଳ କରାଇ ଦିଆଯିବ ନାହିଁ, ଚଢାଉ ହୋଇ ଏକ ମାମଲା ରୁଜୁ ହୋଇଛି। ଅଧିକ ତଥ୍ୟ ମିଳିଲେ ଚଢାଉକୁ ବ୍ୟାପକ କରାଯିବ ବୋଲି ଚାନ୍ଦପୁର ଥାନା ନିରୀକ୍ଷକ ମୁକେଶ କୁମାର ବେହେରା ପ୍ରଶ୍ନର ଉତ୍ତରରେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.