Home ଜିଲ୍ଲା ପରିକ୍ରମା ରଣପୁରରେ ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ୍ ଓ ଗାଇଡ୍ ୪ର୍ଥ କେମ୍ପୋରୀ ଉଦଘାଟିତ

ରଣପୁରରେ ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ୍ ଓ ଗାଇଡ୍ ୪ର୍ଥ କେମ୍ପୋରୀ ଉଦଘାଟିତ

35

ନୟାଗଡ଼ ୩୧/୦୩ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ୍ ଓ ଗାଇଡ୍ ର ଚତୁର୍ଥ କେମ୍ପୋରୀ ୨୦୨୧-୨୦୨୨ ରଣପୁର ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ମାର୍ଚ୍ଚ ୩୧ ତାରିଖ ଅପରାହ୍ନ ୪ ଘଟିକାରେ ଉଦଘାଟିତ ହୋଇଯାଇଅଛି। ଏଥିରେ ମୁଖ୍ୟ ଅତିଥି ଭାବରେ ନୟାଗଡ ଜିଲ୍ଲା ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବେ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ଅଧକ୍ଷା ରଙ୍ଗୀନ୍ ମହାନ୍ତି, ଜିଲ୍ଲା ଶିକ୍ଷା ଅଧୈକାରୀ ଅକ୍ରୁର ବାରିକ, ରଣପୁର ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ତାପଶ ବିଶି ଓ ରଣପୁର ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରା ଯୋଗ ଦେଇଥିଲେ। ଏହି କେମ୍ପୋରୀ ରେ ନୟାଗଡ ଜିଲ୍ଲାର ୮ ବ୍ଲକର ବିଦ୍ୟାଳୟ ଗୁଡିକରୁ ୨୪୨ସ୍କାଉଟ୍ ଓ ୧୭୮ ଗାଇଡ୍ ଯୋଗ ଦେଇଥିଲେ।

୨୩ ଜଣ ସ୍କାଉଟ୍ ମାଷ୍ଟର ଓ ୧୪ ଜଣ ଗାଇଡ୍ କ୍ୟାପଟେନ୍ ଓ ୮ ଜଣ ଅଫିସ୍ କର୍ମଚାରୀ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଇଂ ଦେବାଶିଷ ପଟ୍ଟନାୟକ ପ୍ରଭୁ ଜଗନ୍ନାଥ, ସ୍କାଉଟ୍ ର ପ୍ରତିଷ୍ଠାତା ଲର୍ଡ ବାଡେନ୍ ପୋୱେଲ୍ ଓ ଗାଇଡ୍ ର ମୁଖ୍ୟ ଗାଇଡ୍ ଲେଡି ବାଡେନ ପୋୱେଲ୍ ଙ୍କ ପ୍ରତିମୃର୍ତ୍ତିରେ ଧୂପ ଦେଇ କେମ୍ପୋରୀ କୁ ଉଦଘାଟନ କରିଥିଲେ। ଏହି କେମ୍ପୋରୀ କୁ ଜିଲ୍ଲା ମୁଖ୍ୟ କମିଶନର ଅକ୍ରୃର ବାରିକ, ଜିଲ୍ଲା ଅତିରିକ୍ତ ମୁଖ୍ୟ କମିଶନର ବସନ୍ତ କୁମାର ନାୟକ, ଜିଲ୍ଲା ସାଙ୍ଗଠନିକ କମିଶନର ଓ ସମ୍ପାଦକ ବନଲତା ବେହେରା ଓ ଜିଲ୍ଲା ସମ୍ପାଦକ ଭାରତ ସ୍କାଉଟ୍ ଓ ଗାଇଡ୍ ର ପ୍ରକାଶ ଚନ୍ଦ୍ର ଶାନ୍ତ ପରିଚାଳନା କରିଥିଲେ। ୩ ଦିନ ବ୍ୟାପି ଏହି କେମ୍ପୋରୀ ଚାଲିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.