Home ଓଡ଼ିଶା ରଣପୁରରେ ଏନ୍‌.ଏ.ସି ରେ ବଢୁଛି ମଶାଙ୍କ ପ୍ରାର୍ଦୁଭାବ

ରଣପୁରରେ ଏନ୍‌.ଏ.ସି ରେ ବଢୁଛି ମଶାଙ୍କ ପ୍ରାର୍ଦୁଭାବ

78

ନୟାଗଡ/୧୧/୦୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ଏନ୍‌.ଏ.ସି କୁ ୫ବର୍ଷ ବିତିବାକୁ ବସିଥିଲା ବେଳେ ସାଧାରଣ ଲୋକମାନେ ଏନ୍‌.ଏ.ସି କଣ ? ଏନ୍‌.ଏ.ସି ଦ୍ୱାରା ଲୋକମାନେ କେଉଁ ସୁବିଧା ପାଇବେ ସେ ସମ୍ପର୍କେ ଜାଣି ପାରୁନଥିବା ଅଭିଯୋଗ ହେଉଛି । ବିଭିନ୍ନ ୱାର୍ଡରେ ରାସ୍ତାଘାଟ ନର୍ଦ୍ଦମା ପାଣିରେ ଭାସୁଛି । ଯାହା ଫଳରେ ମଶାଙ୍କ ସଂଖ୍ୟା ବଢିବାରେ ଲାଗିଛି । ଲୋକମାନେ ମଶା ଜନିତ ବିଭିନ୍ନ ସଂକ୍ରମଣ ରୋଗରେ ପିଡୀତ ହେଉଥିବାର ଦେଖାଯାଏ । ଡ୍ରେନ୍ ନିର୍ମାଣ ପାଇଁ ବର୍ଷ ବର୍ଷ ଧରି ଟେଣ୍ଡର ହୋଇ ପଡିଥିଲେ ମଧ୍ୟ ଠିକାଦାର ଡ୍ରେନ୍ ନିର୍ମାଣ କରୁନାହାନ୍ତି । ଏନ୍‌.ଏ.ସି କର୍ତ୍ତୁପକ୍ଷ ଠିକାଦାରଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ।

ମଶାଙ୍କ ପ୍ରାର୍ଦୁଭାବ ସମ୍ପର୍କେ ଏନ୍‌.ଏ.ସି ଅଧ୍ୟକ୍ଷା ସବିତା ଦାସଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଆମ୍ଭେ ମଶାମରା ତେଲ ଆଣି ଡ୍ରେନ୍ ରେ ପକାଇବାକୁ ପଦକ୍ଷେପ ନେବୁ । ମଶାମରା ଧୁଆଁ ଦେବା ପାଇଁ ଆମ ପାଖରେ ସେ ମେଶିନ୍ ନାହିଁ । ଏ ସମ୍ପର୍କେ ଏନ୍‌.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀଣି ଅର୍ଚ୍ଚନା ନାୟକଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ମଶାମରା ତେଲ ଆମ ପାଖରେ ନାହିଁ । ଆମ୍ଭେ ତେଲ କ୍ରୟ କରିବା ପରେ ପଦକ୍ଷେପ ନେବୁ । ମଶାଧୁଆଁ ଦେବା ଯନ୍ତ୍ର ଆମ ପାଖରେ ନାହିଁ ହେଲେ ସେ ଯନ୍ତ୍ର କ୍ରୟ କଲେ ତାହା କାର୍ଯ୍ୟକରୁନଥିବା ଦେଖା ଦେଇଛି । ଆଗାମୀ ଏନ୍‌.ଏ.ସି ବୈଠକରେ ଟେଣ୍ଡର ପାଇ ଯେଉଁ ଠିକାଦାରମାନେ କାର୍ଯ୍ୟକରୁନାହାନ୍ତି ସେମାନଙ୍କ ବିରୁଦ୍ଧରେ ଆଲୋଚନା କରାଯିବ । ଏହିଭଳି ପରିସ୍ଥିତିରେ ମଶାଙ୍କ ପ୍ରାର୍ଦୁଭାବରେ ଲୋକମାନେ ଅତିଷ୍ଠ ହୋଇ ରୋଗାକ୍ରାନ୍ତ ହେବାରେ ଲାଗିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.