Home ଓଡ଼ିଶା ଘରୋଇ କେବୁଲ୍ ଚ୍ୟାନେଲ୍ ରୁ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଶଂ ଚୋରି

ଘରୋଇ କେବୁଲ୍ ଚ୍ୟାନେଲ୍ ରୁ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଶଂ ଚୋରି

170

ନୟାଗଡ/୧୧/୦୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ଚିତ୍ରା ନାମକ ଏକ ଘରୋଇ କେବୁଲ୍ ଚ୍ୟାନେଲ୍ ରଣପୁର ଅଂଚଳରେ କାର୍ଯ୍ୟ କରୁଥିଲା । ହଂସରା ଗ୍ରାମର ଏକ ଭଡା ଘରେ ତାର କାର୍ଯ୍ୟାଳୟ ଚାଲିଥିଲା । ଭେଣ୍ଡର ଓ ମାଲିକଙ୍କ ମଧ୍ୟରେ ବିବାଦ ଯୋଗୁଁ କିଛିଦିନ ହେଲା ଭେଣ୍ଡରମାନେ କେବୁଲ୍ ଚ୍ୟାନେଲ୍ କାର୍ଯ୍ୟାଳୟରେ ତାଲା ପକାଇ ରଖିଥିଲେ । ଏ ସମ୍ପର୍କେ ବ୍ରହ୍ମପୁର ମାଣ୍ଡିଆପଲ୍ଲୀ ବିକାଶ ନଗରର ମାଲିକ ନରେଶ କୁମାର ବିଶୋଇ ରଣପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗ ପାଇ ରଣପୁର ଥାନା ଇନିସ୍‌ପେକ୍ଟର ରଶ୍ମିରଂଜନ ଦାଶଙ୍କ ନିର୍ଦ୍ଧେଶରେ କେବୁଲ୍ ଚ୍ୟାନେଲ୍ ଚାଲିଥିବା ଭଡାଘରେ ଘର ମାଲିକଙ୍କ ଉପସ୍ଥିତିରେ ତାଲା ଭଙ୍ଗାଯାଇ ଯନ୍ତ୍ରାଶଂ ଉଦ୍ଧାର କରାଯାଇଥିଲା । ଉଦ୍ଧାର ହୋଇଥିବା ଯନ୍ତ୍ରାଶଂ କେବୁଲ୍ ମାଲିକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣା ପଡିଛି । କିନ୍ତୁ କେବୁଲ୍ ଚ୍ୟାନେଲ୍ ଗୃହରେ ଲାଗିଥିବା ୨୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଯନ୍ତ୍ରାଶଂ ଓ ଏସି ଗାଏବ ହୋଇଥିବା ଜଣା ପଡିଛି । ଅଭିଯୋଗ ଅନୁଯାୟୀ କୃଷ୍ଣଚନ୍ଦ୍ରପୁରର ଭେଣ୍ଡର ଉପେନ୍ଦ୍ର କୁମାର ସ୍ୱାଇଁ, ହଂସରା ଗ୍ରାମର ଭେଣ୍ଡର ସୌମେନ୍ଦ୍ର ସାହୁ ଓ ମଝିଆଁଖଣ୍ଡର ଭେଣ୍ଡର ରଂଜନ କୁମାର ସ୍ୱାଇଁଙ୍କ ନାମରେ ମାମଲା ଋଜୁ ହୋଇ ତଦନ୍ତ ଜାରି ରହିଥିବା ଜଣା ପଡିଛି । ଅଭିଯୁକ୍ତ ଭେଣ୍ଡରମାନେ ଫେରାର ଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.