Home ଓଡ଼ିଶା ରଣପୁରରେ ଆଂଚଳିକ ଦ୍ୱିତୀୟ କବ୍ ବୁଲ୍‌ବୁଲ୍ ୨୦୨୦ର ଦ୍ୱିତୀୟ ଦିବସରେ ମନ୍ତ୍ରୀ ଅରୁଣ

ରଣପୁରରେ ଆଂଚଳିକ ଦ୍ୱିତୀୟ କବ୍ ବୁଲ୍‌ବୁଲ୍ ୨୦୨୦ର ଦ୍ୱିତୀୟ ଦିବସରେ ମନ୍ତ୍ରୀ ଅରୁଣ

361

ନୟାଗଡ/୦୫/୦୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ରାଜ୍ୟ ସ୍କାଉଟ୍ ଓ ଗାଇଡ୍ ତରଫରୁ ନୟାଗଡ ଜିଲ୍ଲା ରଣପୁର ବଜେନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଗତ ୩ ତାରିଖରୁ ଆରମ୍ଭ ହୋଇଥିବା ଦ୍ୱିତୀୟ କବ୍ ବୁଲ୍‌ବୁଲ୍ ୨୦୨୦ର ଦ୍ୱିତୀୟ ଦିବସରେ ମାନ୍ୟବର ଉଚ୍ଚ ଶିକ୍ଷା, କୃଷି, ମତ୍ସ୍ୟ ଓ ପଶୁ ବିଭାଗ ମନ୍ତ୍ରୀ ଡଃ.ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ସତ୍ୟନାରାୟଣ ପ୍ରଧାନ, ସମ୍ମାନିତ ଅତିଥି ଭାବେ ରଣପୁର ବ୍ଲକ୍ ଅଧ୍ୟକ୍ଷା ନିରୁପମା ପ୍ରଧାନ, ଖଣ୍ଡପଡା ବ୍ଲକ୍ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଚନ୍ଦନ କୁମାର ରଥ ଯୋଗ ଦେଇଥିଲେ । ନୟାଗଡ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମୀଧର ବେହେରା ସଭାପତିତ୍ୱ କରିଥିଲେ ।

ମନ୍ତ୍ରୀ ନିଜ ବକ୍ତବ୍ୟରେ ଦେଶ ଓ ରାଜ୍ୟର ଭବିଷ୍ୟତ କିଭଳି ଭାବରେ ଏହି କବ୍ ବୁଲ୍‌ବୁଲ୍‌ଙ୍କ ଉପରେ ନିର୍ଭର କରୁଛି ତାହାର ଆଲୋକପାତ କରିଥିଲେ । ୧୦ ବର୍ଷରୁ କବ୍ ପୁଅ ଝିଅମାନେ କିଭଳି ଭାବରେ ନିଜକାମ ନିଜେ କରିବା କଥା ଶିକ୍ଷା ପାଉଛନ୍ତି ଏବଂ ତା ସହ ରାଜ୍ୟ ତଥା ଦେଶରେ ଉତ୍ତମ ନାଗରୀକ ଭାବରେ ନିଜକୁ ପ୍ରତିଷ୍ଠ କରିବା ପାଇଁ ସଙ୍କଳ୍ପ ଆରମ୍ଭ କରିଛନ୍ତି ସେ ବିଷୟରେ ବିଷଦ ଆଲୋଚନା କରାଯାଇଥିଲା । ବଜେନ୍ଦ୍ର ଉଚ୍ଚ ନୋଡାଲ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ତଥା କବ୍ ବୁଲ୍‌ବୁଲ୍ ଉତ୍ସବର ଅର୍ଗାନାଇଜିଂ ସମ୍ପାଦିକା ବନଲତା ବେହେରା ଉତ୍ସବକୁ ଶୃଙ୍ଖଳିତ ଭାବରେ ପରିଚାଳନା କରୁଥିବା ଦେଖା ଦେଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.