Home ଓଡ଼ିଶା ମୋ ସରକାର 5T କୁ ଆଖିଠାର……. ଅଭିଯୋଗକାରିଣୀ ସମ୍ପର୍କୀୟଙ୍କୁ ଚାନ୍ଦପୁର ଥାନାରେ ର୍ଦୁବ୍ୟବହାର

ମୋ ସରକାର 5T କୁ ଆଖିଠାର……. ଅଭିଯୋଗକାରିଣୀ ସମ୍ପର୍କୀୟଙ୍କୁ ଚାନ୍ଦପୁର ଥାନାରେ ର୍ଦୁବ୍ୟବହାର

176

ନୟାଗଡ/୦୫/୦୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ରାଜ୍ୟରେ ମୋ ସରକାର 5Tଯୋଜନାରେ ସମସ୍ତ ପୋଲିସ୍ ଥାନାକୁ ସାମିଲ୍ କରାଯାଇ ଅଭିଯୋଗ କରିବାକୁ ଆସୁଥିବା ବ୍ୟକ୍ତିମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ପାଇଁ ସରକାର ତତ୍ପର । କିନ୍ତୁ କେତେକ ଥାନାରେ ପୋଲିସ୍ କର୍ମଚାରୀଙ୍କର ପୁରୁଣା ମନ ବୃତ୍ତି ବଦଳୁ ନଥିବା ଦେଖାଦେଇଛି । ଯାହା ଫଳରେ ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ବ୍ୟକ୍ତି ଓ ତାଙ୍କ ସମ୍ପର୍କୀୟଙ୍କୁ ପୋଲିସ୍ ର୍ଦୁବ୍ୟବହାର କରୁଥିବା ଦେଖା ଦେଉଛି । ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଚାନ୍ଦପୁର ଥାନାରେ । ଏ ସମ୍ପର୍କେ ଚାନ୍ଦପୁର ଥାନା ବୋକାଖାଇ ଗ୍ରାମର ନରେନ୍ଦ୍ର କୁମାର ସାହୁ ଗଣମାଧ୍ୟମ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ତାଙ୍କ ବଡଭାଇ ରବିନ୍ଦ୍ର କୁମାର ସାହୁଙ୍କ ଝିଅ ସୁମିତ୍ରା ସାହୁ(୨୩)କୁ ସେହି ଗ୍ରାମର ବିଜୟ କୁମାର ସାହୁ ବୟସ ୫୦ କେଉଁଆଡେ ନେଇଯାଇଥିଲେ ବୋଲି ଚାନ୍ଦପୁର ଥାନାରେ ଦୁଇ ଦୁଇ ଥର ଅଭିଯୋଗ କରିଥିଲେ । ସୁମିତ୍ରା ସାହୁ ଗତ ଜାନୁୟାରୀ ୪ ତାରିିଖରୁ ଅପହରଣ ହୋଇଥିବା ଅଭିଯୋଗ ହୋଇଥିଲା । ଝିଅକୁ ଖୋଜିଆଣି ଦେବାପାଇଁ ଝିଅର ଦାଦା ନରେନ୍ଦ୍ର କୁମାର ସାହୁଙ୍କଠାରୁ ଚାନ୍ଦପୁର ଥାନା ଏ.ଏସ୍‌.ଆଇ କବିଚନ୍ଦ୍ର ବରାଡ ୧୫୦୦ ଟଙ୍କା ତେଲପାଣି ଖର୍ଚ୍ଚ କହି ମାଗି ନେଇଥିଲେ । ଇତିମଧ୍ୟରେ କିଛି ଭଦ୍ରଲୋକ ବିଜୟ କୁମାର ସାହୁଙ୍କ ସହ ଯୋଗା ଯୋଗ କରି ସେ ସୁମିତ୍ରା ସାହୁଙ୍କୁ ନେଇ ଲୁଚାଇ ରଖିଥିବା ଦଶପଲ୍ଲା ଥାନା କୁଆଁରିଆ ଡ୍ୟାମ୍ ନିକଟ ଏକ ଗ୍ରାମରେ ରଖିଥିବା କହିଥିଲେ । ତାପରେ ଭଦ୍ରଲୋକମାନେ ଉକ୍ତ ଝିଅକୁ ଯାଇ ସେଠାରେ ଦେଖିଥିଲେ । ଭଦ୍ରଲୋକଙ୍କୁ ଝିଅକୁ ଫେରାଇ ଦେବେ ବୋଲି କହିଥିଲେ ।

ଝିଅକୁ ଫେରାଇବାରେ ବିଳମ୍ବ ହେବା ଯୋଗୁଁ ଝିଅର ମା କୁନିଲତା ସାହୁ ଗତ ଫେବୃୟାରୀ ୩ ତାରିଖରେ ନୟାଗଡ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ପୋଲିସ୍ ନିଷ୍କ୍ରିୟତା ଅଭିଯୋଗ ନେଇ ଲିଖିତ ଅଭିଯୋଗ କରିଥିଲେ । ଜିଲ୍ଲା ପୋଲିସ୍ ପ୍ରଶାସନର ହସ୍ତକ୍ଷେପ ଫଳରେ ବିଜୟ କୁମାର ସାହୁ ସୁମିତ୍ରା ସାହୁଙ୍କୁ ଧରି ଚାନ୍ଦପୁର ଥାନାରେ ହାଜର ହୋଇଥିଲେ । ପୋଲିସ୍ ବିଜୟ ସାହୁଙ୍କୁ ଛାଡିଦେବା ପରେ ସୁମିତ୍ରା ପରିବାରକୁ ଡକାଇଥିଲେ । ବିଜୟଙ୍କୁ ଛାଡିଦେବା ନେଇ ଝିଅର ଦାଦା ନରେନ୍ଦ୍ର ପୋଲିସ୍ କୁ ପ୍ରଶ୍ନ ପଚାରିଥିଲେ । କହିଥିଲେ ଅଭିଯୁକ୍ତକୁ ଧରିବା ଓ ଝିଅକୁ ଉଦ୍ଧାର ପାଇଁ ତେଲଖର୍ଚ୍ଚ କହି ୧୫୦୦ ଟଙ୍କା ନେଇଥିଲା ଝିଅତ ଆସିଲା ହେଲେ ଅଭିଯୁକ୍ତ କାହିଁ ? ଏହି କଥାକୁ ନେଇ ଟଣା ଓଟରା ପରେ ଏ.ଏସ୍‌.ଆଇ କବିଚନ୍ଦ୍ର ବରାଡ ଓ ପୋଲିସ୍ ମାନେ ନରେନ୍ଦ୍ରକୁ ର୍ଦୁବ୍ୟବହାର କରି ଥାନାରେ ଜବରଦସ୍ତ ବସାଇଥିଲେ ବୋଲି ନରେନ୍ଦ୍ର ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି । ଏ ସମ୍ପର୍କେ ଚାନ୍ଦପୁର ଥାନା ଏ.ଏସ.ଆଇ କବିଚନ୍ଦ୍ର ବରାଡଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ସୁମିତ୍ରା ସାହୁ ପ୍ରାପ୍ତ ବୟସ୍କା । ସେ ତା ନିଜ ଇଛାରେ ରାଉରକେଲା ଚାକିରୀ ଖୋଜିବା ପାଇଁ ଯାଇଥିଲା ତାକୁ କେହି ଅପହରଣ କରିନଥିଲେ । ଏ ସମ୍ପର୍କେ ଲିଖିତ ଭାବେ ଜଣାଇବା ପରେ ଘଟଣାର ପରିସମାପ୍ତି ଘଟିଛି । ସୁମିତ୍ରାକୁ ପରିବାର ଲୋକେ ନେବା ପାଇଁ ମନା କରିବାରୁ ସେ ତା ନିଜ ଇଛାରେ ଚାଲିଯାଇଛି । ତେଲପାଣି ଖର୍ଚ୍ଚ ପାଇଁ ଟଙ୍କା ନେଇଥିବା ଅଭିଯୋଗ ସମ୍ପୁର୍ଣ୍ଣ ମିଥ୍ୟା ଅଟେ । ଘଟଣାଟି ବୋକାଖାଇ ଅଂଚଳରେ ଆଲୋଚ୍ୟ ବିଷୟ ବସ୍ତୁ ପାଲଟିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.