Home ଜିଲ୍ଲା ପରିକ୍ରମା ରଣପୁରକୁ ସବ୍ ଡିଭିଜନ୍‌ ମାନ୍ୟତା ଦାବି ନେଇ ବୈଠକ

ରଣପୁରକୁ ସବ୍ ଡିଭିଜନ୍‌ ମାନ୍ୟତା ଦାବି ନେଇ ବୈଠକ

78

ରଣପୁର ୦୧/୦୪ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲାର ସର୍ବ ବୃହତ ବ୍ଲକ ହେଉଛି ରଣପୁର ବ୍ଲକ ଜିଲ୍ଲା କାର୍ଯ୍ୟାଳୟକୁ କାର୍ଯ୍ୟପାଇଁ ଯିବା ବେଳେ ବନ୍ଧମୁଣ୍ଡା, ପଟିଆ, ଚମ୍ପାଗଡ ଆଦି ପଞ୍ଚାୟତକୁ ବହୁଦୂର ଯିବାକୁ ପଡୁଛି। ଜିଲ୍ଲା ମୁଖ୍ୟାଳୟକୁ ଯାତାୟତ ପାଇଁ ଯାତ୍ରୀବାହୀ ବସର ବି ସୁବିଧା ନାହିଁ। ତେଣୁ ଜିଲ୍ଲାରେ ରଣପୁର ବ୍ଲକ ସବ୍ ଡିଭିଜନ ହେବା ପାଇଁ ଏକ ମାତ୍ର ଯୋଗ୍ୟ। ସବ୍ ଡିଭିଜନ ମାନ୍ୟତା ଦାବି ନେଇ ରଣପୁର ପ୍ରେସ କ୍ଲବ କାର୍ଯ୍ୟକାରୀ ସଭାପତି ଆଚାର୍ଯ୍ୟ ବିଶ୍ୱରଞ୍ଜନଙ୍କ ଆବାହକତ୍ୱରେ ମା ମଣିନାଗ କଲ୍ୟାଣୀ ମଣ୍ଡପରେ ଏପ୍ରିଲ ୧ ତାରିଖ ଅପରାହ୍ନରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି।

ଏଥିରେ ନୟାଗଡ ଜିଲ୍ଲା ପରିଷଦ ଚେୟାରମ୍ୟାନ୍ ଇଂ ଦେବାଶିଷ ପଟ୍ଟନାୟକ, ପୁରୀ ଜିଲ୍ଲା ସାଂସଦ ପ୍ରତିନିଧି, ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ଚେୟାରମ୍ୟାନଙ୍କ ପ୍ରତିନିଧି, ରଣପୁର ବାର ଆସୋସିଏସନ୍ ର ସଭାପତି ଓ ସମ୍ପାଦକ, ରଣପୁର ବଣିକ ସଂଘର ସଭାପତି ଓ ସମ୍ପାଦକ, ସମାଜସେବୀ ସିଦ୍ଧାର୍ଥ ପଣ୍ଡା, ଭାରତୀୟ ଜନତା ପାର୍ଟିର ପରେଶ ମିଶ୍ର ଓ ଆଇନଜୀବୀ ଉମେଶ ଚନ୍ଦ୍ର ସାହୁ ଆଦି ବହୁ ବ୍ୟକ୍ତି ଯୋଗ ଦେଇଥିଲେ। ସବ୍ ଡିଭିଜନ ମାନ୍ୟତା ଦାବି ଆନ୍ଦୋଳନକୁ ତ୍ୱରାନ୍ୱିତ କରିବା ପାଇଁ ଏକ ୧୨ ଜଣିଆ ସଂଚାଳନ କମିଟି କରାଯାଇଥିବା ବେଳେ କନଭେନର ଭାବେ ଆଚାର୍ଯ୍ୟ ବିଶ୍ୱରଞ୍ଜନଙ୍କୁ ବଛା ଯାଇଥିବା ଜଣାପଡିଛି। ଆଗାମୀ ବୈଠକ ରେ ବହୁ ସାମାଜିକ ଅନୁଷ୍ଠାନ ଓ ସମସ୍ତ ପଞ୍ଚାୟତିରାଜ ପ୍ରତିନିଧି ଙ୍କୁ ସାମିଲ କରାଯାଇ ସଂଚାଳନ କମିଟି କଳେବର ବୃଦ୍ଧି କରାଯିବ ବୋଲି ପ୍ରସ୍ତାବ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.