Home ଜିଲ୍ଲା ପରିକ୍ରମା ଅତିମାନସ ଚେତନା ଜାଗରଣ ଯାତ୍ରା

ଅତିମାନସ ଚେତନା ଜାଗରଣ ଯାତ୍ରା

49

ନୟାଗଡ଼ ୦୧/୦୪ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ମହାଯୋଗୀ ଶ୍ରୀ ଅରବିନ୍ଦଙ୍କ ୧୫୦ ତମ ଜୟନ୍ତି ଅବସରରେ ଅତିମାନସ ଚେତନା ଜାଗରଣ ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। ଜାଗରଣ ଯାତ୍ରାର ରଥ ରାଜସୁନାଖଳାରୁ ବାହାରି ଏପ୍ରିଲ ୧ ତାରିଖ ସକାଳ ୯ ଘଟିକା ସମୟରେ ରଣପୁର ପଞ୍ଚୁଦୋଳ ପଡ଼ିଆଠାରେ ପହଁଚି ଥିଲା।

ବହୁ ରାଜନେତା ଓ ରଣପୁର ଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀ ଶ୍ରୀ ଅରବିନ୍ଦଙ୍କ ତୈଳ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଶ୍ରୀ ଅରବିନ୍ଦଙ୍କ ୫ ଟି ସ୍ୱପ୍ନ ଭାରତର ସ୍ୱାଧିନତା, ସମଗ୍ର ଏସିଆରେ ମୁକ୍ତିର ଜାଗରଣ, ବିଶ୍ୱ ସଂଘ ପ୍ରତିଷ୍ଠା, ଭାରତ ହେବ ପୃଥିବୀର ଆଧ୍ୟାତ୍ମିକ ଗୁରୁ ଓ ମାନବ ହେବ ଅତି ମାନବ ବାର୍ତ୍ତା ଜାଗରଣ ଯାତ୍ରାକାରି ମାନେ ସ୍ଲୋଗାନ ମାଧ୍ୟମରେ ଜାଗରଣ ସୃଷ୍ଟି କରୁଥିଲେ। ଏହି ରଥ ରଣପୁରରୁ ଯାଇ କାଳୁପଡା ଘାଟରେ ପହଂଚିଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.