Home ଜିଲ୍ଲା ପରିକ୍ରମା ରଜ ପର୍ବରେ ମାତୃଭୂମିର ଆରାଧନା ଏକ ନିଆରା ପରମ୍ପରା, ନକଲି ମହାପ୍ରସାଦକୁ ପ୍ରଚାର ସମିତିର ବିରୋଧ

ରଜ ପର୍ବରେ ମାତୃଭୂମିର ଆରାଧନା ଏକ ନିଆରା ପରମ୍ପରା, ନକଲି ମହାପ୍ରସାଦକୁ ପ୍ରଚାର ସମିତିର ବିରୋଧ

28

ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରଜ ପର୍ବରେ ମାତୃଭୂମିର ଆରାଧନା ଏକ ନିଆରା ପରମ୍ପରା । ଏହି ପର୍ବରେ ଆମ ମାତୃଭୂମିକୁ ଆରାଧନା କରାଯାଏ ଓ ଅନ୍ତିମ ଦିବସରେ ମାତୃଭୂମିକୁ ସ୍ନାନ କରାଯାଇ ପୂଜା କରାଯାଇଥାଏ । ଏଥିପାଇଁ ଆମ ଓଡିଶା ଅନ୍ୟାନ୍ୟ ରାଜ୍ୟ ଠାରୁ ଶ୍ରେଷ୍ଠ ବୋଲି କପିଳ ସଂହିତାରେ କୁହାଯାଇଛି । ଶ୍ରୀ ଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ରଜ ପର୍ବ ଉପଲକ୍ଷେ ସ୍ଥାନୀୟ ବାଲ ଗୋପାଲ ମନ୍ଦିର ସମ୍ମିଳନୀ କକ୍ଷେରେ ଅନୁଷ୍ଠିତ ଏକ ବୈଠକରେ ବକ୍ତାମାନେ ଏହି ମତ ପୋଷଣ କରିଛନ୍ତି । ସମିତି ମୁଖ୍ୟ ପରିଚାଳକ ପଣ୍ଡିତ ଭାଗିରଥୀ ନନ୍ଦଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ନକଲି ମହାପ୍ରସାଦ ବିତରଣକୁ ତୀବ୍ର ବିରୋଧ କରାଯାଇଥିଲା । ଶ୍ରୀ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଭାବେ ପରିଚିତ ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ବଡ଼ଦାଣ୍ଡରେ ଆମିଷ ବିକ୍ରୟକୁ ନିଷେଧ କରାଯିବା ପାଇଁ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାହାକୁ ବୈଠକରେ ଦୃଢ଼ ସମର୍ଥନ କରାଯାଇଥିଲା । ଏହି ବୈଠକରେ ସମିତିର ମୁଖ୍ୟ ଆବାହକ ସେବକ ଶରତ କୁମାର ସାହୁ, ନାରାୟଣ ଚନ୍ଦ୍ର ପ୍ରଧାନ, ପଣ୍ଡିତ ବିଷ୍ଣୁମୋହନ ପଣ୍ଡା, ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର ସନେଇ ଶିଅଳ, ଅଧ୍ୟାପକ ପ୍ରତାପ କୁମାର ପଣ୍ଡା, ସନ୍ତୋଷ କୁମାର ଦାସ, ଅଧ୍ୟାପକ କୃପାସିନ୍ଧୁ ନାୟକ, ଲକ୍ଷ୍ମୀଧର ଖଟୁଆଙ୍କ ସମେତ ବହୁ ସେବକ ଯୋଗଦାନ କରି ବକ୍ତବ୍ୟ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.