Home ଜିଲ୍ଲା ପରିକ୍ରମା ରଜ ଓଡ଼ିଶାର ଗଣପର୍ବ: ଗର୍ବ ଓ ଗୈାରବ ର ପ୍ରତୀକ

ରଜ ଓଡ଼ିଶାର ଗଣପର୍ବ: ଗର୍ବ ଓ ଗୈାରବ ର ପ୍ରତୀକ

49

ପୁରୀ ୧୬/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ରଜ ଓଡ଼ିଶାର କେବଳ ଗଣପର୍ବ ନୁହେଁ ଏହା ଆମ ଐତିହ୍ୟ, ସଂସ୍କୃତି, ପରମ୍ପରା, ଗର୍ବ ଓ ଗୈାରବ ର ପ୍ରତୀକ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ମତବ୍ୟକ୍ତ କରିଛନ୍ତି। ଗୁରୁବାର ପୂର୍ବାହ୍ନରେ ସଂସ୍କୃତି ଭବନ ପରିସରରେ ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ରଜ ମହୋତ୍ସବ ପାଳିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଏହାକୁ ଉଦଘାଟନ କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ କୃଷି ଭିତ୍ତିକ ଏହି ଗଣପର୍ବ ରେ ଆବାଳ ବୃଦ୍ଧ ବନିତା ବିବିଧ ପାରମ୍ପରିକ ଲୋକକଳା, ମନୋରଞ୍ଜନ, ଖାଦ୍ୟ ପେୟ ମାଧ୍ୟମରେ ଖୁସି ମନାଇଥାନ୍ତି। ଯୁବପିଢି ରଜପର୍ବର ମହତ୍ତ୍ଵ ଓ ଗାରିମା ସମ୍ପର୍କରେ ଅବଗତ ହେବା ସହ ଏହାକୁ ଅଧିକ ଋଦ୍ଧିମନ୍ତ କରିବାକୁ ଅନୁରୋଧ କରିଥିଲେ। ଏଥିରେ ସଭାପତିତ୍ବ କରି ପୈାର ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ବାଇଁ ରଜପର୍ବ ଆମ ଜନଜୀବନ ଓ ଲୋକ ଚରିତ୍ରର ପ୍ରତିଫଳନ। ଏହାର ମହନୀୟତା କୁ ଅନୁଭବ କରି ଆଗାମୀ ପିଢ଼ି ପାଇଁ ଏହାର ସଂରକ୍ଷଣ ଆମ ସମସ୍ତଙ୍କ ଦାୟିତ୍ଵ ବୋଲି ମତ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଡି ଆର ସି ଏସ ଶ୍ରୀ ଭୀମସେନ ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ସରୋଜ କୁମାର ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମନୋଜ କୁମାର ତ୍ରିପାଠୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଚନ୍ଦନ କୁମାର ସାହୁ ପ୍ରମୁଖ ଯୋଗ ଦେଇ ରଜପର୍ବର ମହତ୍ତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ। ସଂସ୍କୃତି ପ୍ରେମୀ ଶ୍ରୀ ଶ୍ୟାମପ୍ରକାଶ ସେନାପତି ସଭା ପରିଚାଳନା କରି ଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ହେମନ୍ତ ବେହେରା ପ୍ରାରମ୍ଭରେ ସମସ୍ତ ଙ୍କୁ ସ୍ୱାଗତ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଶିଳ୍ପୀ ଏଣ୍ଟରଟେନମେଣ୍ଟ, ଲିଗଂରାଜ କଳା ନିକେତନ, ନଟରାଜ ଡ୍ୟାନ୍ସ ଏକାଡେମୀ, ବନ୍ଦନା ଡ୍ୟାନ୍ସ ସର୍କଲ, ଅନିତା କଲଚରାଲ ଏକାଡେମୀ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.