Home ଖେଳ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ : ଭୂଇଁ, ନାହାକା ନିର୍ମାଣ କାର୍ଯ୍ୟ ଶେଷ

ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ : ଭୂଇଁ, ନାହାକା ନିର୍ମାଣ କାର୍ଯ୍ୟ ଶେଷ

69

ପୁରୀ ୧୭-୬ (ଓଡ଼ିଆ ପୁଅ) ବଡ଼ଦାଣ୍ଡ ରଥଖଳାରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ତିନିରଥରେ ପ୍ରଥମ ଭୂଇଁର ୬ କାଠ ଉଠିଛି। ଦ୍ଵିତୀୟ ଓ ତୃତୀୟ ଭୂଇଁ ପାଇଁ କାର୍ଯ୍ୟ ଶେଷ ହୋଇଛି। ୧୪ ନାହାକା ନିର୍ମାଣ କାର୍ଯ୍ୟ ସରିଛି।

୧୯୬ ମହାରଣା, ଭୋଇ, କରତି, ରୂପକାର ଓ କମାର ସେବକ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ସ୍ନାନପୂର୍ଣିମା ତିଥିରେ ତିନିରଥରେ ୧୪ନାହାକ ପାଇଁ ମାପଚୁପ କରାଯାଇଥିଲା। ୬ଟି ଓରା ସମେତ ୪ଗୋଟି ଖମି ସଂଯୋଗ କରାଯାଇଥିଲା। ଏହାଛଡ଼ା ଭୂଇଁର ପ୍ରଥମ ଭାଗରେ କନକମୁଣ୍ଡି ସଂଯୋଗ ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିଲା। ତିନିରଥରେ ୮ଟି ଲେଖାଏଁ ଗାରେଡ଼ି ଏବଂ ୪ଟି ଲେଖାଏ ଅଁଳା ନିର୍ମାଣ ଶେଷ ହୋଇଥିଲା। ରୂପକାର ସେବକ ରଥର ସିଂହାସନରେ କୁମ୍ଭ, ଡାଳିଲତା ଓ ପଦ୍ମପାଖୁଡା ଖୋଦେଇ କରୁଛନ୍ତି। ନାଟଗୋଡ଼ ଗୁଡିକରେ ଗନ୍ଧର୍ବ ରୂପ ଖୋଦେଇ କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.