Home ଜିଲ୍ଲା ପରିକ୍ରମା ରଘୁନାଥପର ଗୋପିନାଥ ଚ୍ୟାଲେଞ୍ଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ରାମେଶ୍ୱର ଏକାଦଶ ଚାମ୍ପିଅନ

ରଘୁନାଥପର ଗୋପିନାଥ ଚ୍ୟାଲେଞ୍ଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ରାମେଶ୍ୱର ଏକାଦଶ ଚାମ୍ପିଅନ

12

ଭଦ୍ରକ, ୨୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ରଘୁନାଥପୁର ପଡିଆରେ ଅନୁଷ୍ଠିତ ଅଦୈତ ନାୟକ ମେମୋରିଆଲ୧୭ତମ ଗୋପିନାଥ ଚ୍ୟାଲେଞ୍ଜ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ରାମେଶ୍ୱର ଏକାଦଶ ଚାମ୍ପିଅନ ହୋଇଛି । ବାରିପଦା ଡି.ଆର.କେ. ଏକାଦଶ ଓ ଭୁବନେଶ୍ୱର ରାମେଶ୍ୱର ସ୍ପୋଟିଂ ଏକାଦଶ ମଧ୍ୟରେ ହୋଇଥିବା ଫାଇନାଲ ମ୍ୟାଚରେ ଡି.ଆର.କେ. ଏକାଦଶ ଟସ ଜିଣି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ରାମେଶ୍ୱର ସ୍ପୋଟିଂ ଏକାଦଶ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୧୭୭ ରନ ସ୍କୋର କରିଥିଲା । ବ୍ୟାଟ୍ସମ୍ୟାନ ପ୍ରୀତିପାଲ ସିଂ ୬୩ ରନ ଓ ସୁବ୍ରତ ସିଂ ଓ ଦିବ୍ୟଜ୍ୟୋତି ପଣ୍ଡା ପ୍ରତ୍ୟେକ ୩୫ ରନ ହାସଲ କରିଥିଲେ । ପ୍ରତିପକ୍ଷ ବୋଲର ବିଶ୍ୱଜିତ ମଲ୍ଲିକ, ନିରଞ୍ଜନ ଗୌଡ ଓ ଅଶୁତୋଷ ନାୟକ ଗୋଯିଏ ଲେଖାଏଁ ଉଇକେଟ ହାସଲ କରିଥିଲେ । ଜବାବରେ ଡି.ଆର.କେ. ଏକାଦଶ ୨୦ ଓଭରରେ ୭ ଉଇକେଟ ହରାଇ ୧୭୩ ରନ କରି ପରାଜିତ ହୋଇଥିଲା ।

ବ୍ୟାଟ୍ସମ୍ୟାନ ଲାଲୁ ମହାନ୍ତି ୪୨ ଓ ଆଶୁତୋଷ ନାୟକ ୩୫ ରନ ହାସଲ କରିଥିଲେ । ରାମେଶ୍ୱର ଏକାଦଶ ୪ ରନରେ ବିଜୟୀ ହୋଇ ଚାମ୍ପିଆନ ହୋଇଥିଲା । ସନ୍ତୋଷ କୁମାର ମ୍ୟାନ ଅଫ ଦି ମ୍ୟାଚ ଓ କୃଷ୍ଣଚନ୍ଦ୍ର ବାରିକ ମ୍ୟାନ ଅଫ ଦି ସିରିଜ ବିବେଚିତ ହୋଇଥିଲେ । ଖଗେଶ୍ୱର ମଲ୍ଲିକ ଓ ରଞ୍ଜନ ମହାନ୍ତି ଅମ୍ପାୟାର ଭାବେ ମ୍ୟାଚ ପରିଚାଳନା କରିଥଲେ । ରାକେଶ ବୋଇତାଇ, ଜୟନ୍ତ ନାୟକ ଓ ବିଭୂତି ମାଝୀ ସ୍କୋରର, ବିଷ୍ଣୁ ବୋଇତାଇ, ପ୍ରଦୀପ୍ତ ନାୟକ ଓ ଗୋପବନ୍ଧୁ ମାଝୀ ଧାରାବିବରଣୀ ପ୍ରଦାନ କରିଥିଲେ । କ୍ରିକେଟ କ୍ଲବ ସଭାପତି ଗୋପିନାଥ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ ମୁଖ୍ୟଅତିଥି, ଗୋପିନାଥ ନାୟକ, ଜିଲ୍ଲାପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ, ଯୁବନେତା ପ୍ରତ୍ୟୁଷ ସାମଲ, ସରପଞ୍ଚ ପ୍ରତିନିଧି ଭାଗୀରଥି ପରିଡା, ସମାଜସେବୀ ଶ୍ରୀଧର ସ୍ୱାଇଁ, ସୁରେଶ ଚନ୍ଦ୍ର ସାହୁ, ସୁଶାନ୍ତ ନାୟକ, ନିଳମଣୀ ବୋଇତାଇ, ବଟକୃଷ୍ଣ ମାଝୀ, ଭରତ ଚନ୍ଦ୍ର ନାଥ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତୀ ଖୋଳୀ ସମେତ ରନରସପ ଓ ଚାମ୍ପିଅନ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ବିଷ୍ଣୁ ବୋଇତାଇ ଅତିଥି ପରିଚୟ ଓ ଧନ୍ୟବାଦ ଦେଇଥିଲେ । ଟୁର୍ଣ୍ଣାମେଣ୍ଟକୁ କ୍ଲବର ସଦସ୍ୟ ଓ ଗ୍ରାମବାସୀମାନେ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.