Home ଜିଲ୍ଲା ପରିକ୍ରମା ମଞ୍ଜୁରୀରୋଡ ବିମ୍ବାଧର ସାହୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ ବାଲେଶ୍ୱର ମର୍ଣ୍ଣିଂଷ୍ଟାର

ମଞ୍ଜୁରୀରୋଡ ବିମ୍ବାଧର ସାହୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ ବାଲେଶ୍ୱର ମର୍ଣ୍ଣିଂଷ୍ଟାର

5

ଭଦ୍ରକ, ୨୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମଞ୍ଜୁରୀରୋଡ ମହାବୀର କ୍ରିକେଟ କ୍ଲବ ଆନୁକୂଲ୍ୟରେ ଡାକ୍ତରଖାନା ପଡିଆରେ ଅନୁଷ୍ଠିତ ୩୦ତମ ବିମ୍ବାଧର ସାହୁ ମେମୋରିଆଲ ମହାବୀର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚ ବାଲେଶ୍ୱର ମର୍ଣ୍ଣିଂଷ୍ଟାର ଏକାଦଶ ଓ ଜି.ସି.ସି କେନ୍ଦ୍ରାପଡା ଏକାଦଶ ମଧ୍ୟରେ ରବିବାର ଅନୁଷ୍ଠିତ ହୋଇଥିଲା । ମର୍ଣ୍ଣିଂଷ୍ଟାର ଏକାଦଶ ଏକାଦଶ ଅଧିନାୟକ ଟସ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ ହରାଇ ୧୧୬ ରନ ସ୍କୋର କରିଥିଲା । ଦଳ ପକ୍ଷରୁ ବ୍ୟାଟ୍ସମ୍ୟାନ ଦିବ୍ୟଶକ୍ତି ଚକ୍ରବର୍ତ୍ତି ୩୩ ଓ ସରୋଜ ବେହେରା ୨୬ ରନ ହାସଲ କରିଥିଲେ । ପ୍ରତିପକ୍ଷ ବୋଲର ଶୁଭମ୍ ବିଶି ୪ ଓଭର ୧୫ ରନ ବିନିମୟରେ ୪ ଉଇକେଟ ଓ ରିତେଶ ପାଣ୍ଡେ ୪ ଓଭରରେ ୨୧ ରନ ଦେଇ ୨ ଉଇକେଟ ହାସଲ କରିଥିଲେ । ଜବାବରେ ଜି.ସି.ସି ଏକାଦଶ ୧୩.୫ ଓଭରରେ ସମସ୍ତ ଉଇକେଟ ହରାଇ ୬୫ ରନ ହାସଲ କରି ପରାଜିତ ହୋଇଥିଲା । ଦଳ ପକ୍ଷରୁ ନୟନ ଗୁପ୍ତା ୨୦ ହାସଲ କରିଥିଲେ । ପ୍ରତିପକ୍ଷ ବୋଲର ଗୌରବ ବାରିକ ୩ ଓଭର ବୋଲିଂ କରି ୧୮ ରନ ଦେଇ ୩ ଉଇକେଟ ହାସଲ କରିଥିଲେ । ଗୌରବ ବାରିକ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଅମ୍ପାୟର ଚିନ୍ମୟ ସେନାପତି ଓ କାଳନ୍ଦି ଚରଣ ପଣ୍ଡା ମ୍ୟାଚ ପରିଚାଳନା କରିଥିଲେ । ମୃତ୍ୟୁଞ୍ଜୟ ଦାସ ଓ ସନ୍ତୋଷ ଖଣ୍ଡାଇ ସ୍କୋରର, ନରେନ୍ଦ୍ର ଜେନା, ପ୍ରତ୍ୟୁଷ ସାହୁ ଓ ନାଗା ଧାରାବିବରଣୀ ପ୍ରଦାନ କରିଥିଲେ । ବିଜୟ ଶତପଥି ମ୍ୟାଚ ରେଫରୀ ଦାଇତ୍ୱ ତୁଲାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.