Home ଜିଲ୍ଲା ପରିକ୍ରମା ରଗବି ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ରଗବି ଖେଳାଳୀଙ୍କୁ ସମ୍ବର୍ଦ୍ଧନା

39

ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗରପଡ଼ା ସ୍ଥିତ ମହାନ୍ତିପଡ଼ା ଗ୍ରାମର ରମେଶ ଚନ୍ଦ୍ର ସାହୁଙ୍କ ଝିଅ ତଥା ଆଗରପଡ଼ା କଲେଜ ଯୁକ୍ତ ଦୁଇ ଛାତ୍ରୀ ତିଳୋତ୍ତମାଙ୍କୁ ରୟାଲ ଟାଇଗର ସ୍ପୋର୍ଟସ ଏକାଡ଼େମୀ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି । ସେ ଆଗରପଡ଼ା ମହାବିଦ୍ୟାଳୟର +୨ ପଢିବା ଠାରୁ ରଗବି ଖେଳପ୍ରତି ଆଗହୀ ହୋଇ ଜାତୀୟ ସ୍ତରରେ ରଗବି ଖେଳିବା ପାଇଁ ମନୋନୀତ ହୋଇଛନ୍ତି । ରୟାଲ ଟାଇଗର ରଗବି କ୍ଲବର ଜଣେ ସକ୍ରୀୟ ଖେଳାଳୀ ତିଳୋତ୍ତମା ଭୁବନେଶ୍ୱର ସ୍ଥିତ କିଟ୍ ପରିସରରେ ଅନୁଷ୍ଠିତ ହେବାକୁ ଥିବା ପ୍ରଶିକ୍ଷଣ ଶିବିରରେ ଭାଗ ନେବେ । ପାଠ ପଢା ସାଙ୍ଗକୁ ଖେଳପ୍ରତି ଆଗ୍ରହୀ ଥିବା ତିଳୋତ୍ତମା ଆଗାମୀ ଦିନରେ ଜାତୀୟ ସ୍ତରରେ ଖେଳି ସଭିଙ୍କ ଆଶା ପୂରଣ କରିବେ ବୋଲି ନିଜ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି । ଯାହାକୁ ନେଇ ଆଗରପଡ଼ା ମହାବିଦ୍ୟାଳୟ ତଥା ସଂପୃକ୍ତ ଅଞ୍ଚଳର କ୍ରୀଡ଼ାପ୍ରେମୀ ମାନଙ୍କ ମନର ଉତ୍ସାହ ପରିଲକ୍ଷିତ ହୋଇଛି । ରୟାଲ ଟାଇଗର ରଗବି କ୍ଲବର ଜଣେ ସକ୍ରୀୟ ଖେଳାଳୀ ହୋଇଥିବାରୁ ତିଳୋତ୍ତମାଙ୍କୁ ସମ୍ବର୍ଦ୍ଧିତ କରାଯାଇ ତାଙ୍କର ସଫଳତା କାମନା କରାଯାଇଛି । ଏଥିରେ ଭଦ୍ରକ ରଗବି କ୍ଲବର ସଭାପତି ଅନନ୍ତ ସାହୁ, ସମ୍ପାଦକ ଶ୍ରୀଧର ମଲ୍ଲିକ, ପ୍ରଶାନ୍ତ ବେହେରା, ଆଗରପଡ଼ା ମହାବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ପ୍ରଦିପ କୁମାର ନାୟକ, ସମେତ ଅବସରପ୍ରାପ୍ତ ୍‌ପ୍ରାଧ୍ୟାପକ ପ୍ରଭାସ ଚନ୍ଦ୍ର ମହାପାତ୍ର, ବରିଷ୍ଠ ନାଗରିକ ରାମଚନ୍ଦ୍ର ନାୟକ ଓ ଆଗରପଡ଼ା ରଗବି କ୍ଲବର ଖେଳାଳୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.