Home ଜିଲ୍ଲା ପରିକ୍ରମା ଭିନ୍ନକ୍ଷମ ବିଦ୍ୟାର୍ଥୀ ଶିକ୍ଷଣ ଶିବିର

ଭିନ୍ନକ୍ଷମ ବିଦ୍ୟାର୍ଥୀ ଶିକ୍ଷଣ ଶିବିର

24

ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଣ୍ଡାରିପୋଖରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଭିନ୍ନକ୍ଷମ ବିଦ୍ୟାର୍ଥୀ ଶିକ୍ଷଣ ଶିବିର ଶିକ୍ଷୟତ୍ରୀ ତପଜା ସାହୁଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସହ ଶିକ୍ଷାଧିକାରୀ ଅନିଲ କୁମାର ବଳ, ବ୍ଲକ ଦିବ୍ୟାଙ୍ଗ ସଂଯୋଜକ ରଶ୍ମିରଞ୍ଜନ ଦାସ ଓ ଶିକ୍ଷା ସଂଯୋଜକ କୈଳାସ ଚନ୍ଦ୍ର ସାମଲ ଏହି କର୍ମଶାଳାରେ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଭିନ୍ନକ୍ଷମ ଚିହ୍ନଟ ପ୍ରଣାଳୀ, ସେମାନଙ୍କ ପାଇଁ ଉଦ୍ଦଷ୍ଟ ଶିକ୍ଷାଦାନ ପଦ୍ଧତି, ସୁଯୋଗ ଓ ସରକାରୀ ସୁବିଧା ଆଦି ସମ୍ପର୍କରେ ସୂଚନା ଦେଇଥିଲେ । ସାଧନକର୍ମୀ ଜଗବନ୍ଧୁ ମହାନ୍ତି ଓ ଧର୍ମେନ୍ଦ୍ର ସ୍ୱାଇଁ କର୍ମଶାଳାର ଅଭିମୁଖ୍ୟ ଓ କାର୍ଯ୍ୟ ସମ୍ପର୍କରେ ବିସ୍ତାର ଭାବେ ବୁଝାଇଥିଲେ । ଶିକ୍ଷକ ଆଶୁତୋଷ କର ସ୍ୱାଗତ ଭାଷଣ ଓ ଶିକ୍ଷୟତ୍ରୀ ଜ୍ୟୋସ୍ନାରାଣୀ ସାହୁ ଧନ୍ୟବାଦ ଦେଇଥିଲେ । ପ୍ରଧାନଶିକ୍ଷକ ସୀତାରାମ ଦାସ, ପ୍ରମିଳା ପରିଡା, ରାଜଶ୍ରୀ ଜେନା, ଜ୍ୟୋସ୍ନରାଣୀ ଜେନା, ପ୍ରଶାନ୍ତ ରଥ ପ୍ରମୁଖ ଅଭିଭାବକ କର୍ମଶାଳାରେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.