Home ଓଡ଼ିଶା ଯୋଡ : କରୋନା କଟକଣା ମାନୁଛି କିଏ ? ବଜାର ଘାଟରେ ପ୍ରବଳ ଭିଡ

ଯୋଡ : କରୋନା କଟକଣା ମାନୁଛି କିଏ ? ବଜାର ଘାଟରେ ପ୍ରବଳ ଭିଡ

58

ଯୋଡା, ୧୭ା୫(ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : କେନ୍ଦୁଝର ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଯୋଡା ସହର ମଧ୍ୟ ଏଥିରୁ ବାଦ ପଡିନାହିଁ । ସରକାରଙ୍କ ପକ୍ଷରୁ ଶନିବାର ଓ ରବିବାର ୨ଦିନ ସମ୍ପୂର୍ଣ୍ଣ ତାଲା ବନ୍ଦ ନିୟମ ଲାଗୁ କରାଯାଇଥିବା ବେଳେ ଅନ୍ୟ ୫ଦିନ ସକାଳ ୬ଟାରୁ ଦିନ ୧୨ଟା ପର‌୍ୟ୍ୟନ୍ତ ଅତ୍ୟାବଶ୍ୟକ ଦୋକାନ ଗୁଡିକ ଖୋଲା ରଖିବା ପାଇଁ ସରକାରଙ୍କ ନିର୍ଦ୍ଦେଶନାମା ଜାରି କରିଛନ୍ତି । ତେବେ ଏହି ନିର୍ଦ୍ଦେଶକୁ ବେଖାତିର କରି କେତେକ ବ୍ୟକ୍ତି ବଜାର ଘାଟରେ ଭିଡ ଜମାଉଥିବା ଦେଖିବାକୁ ମିଳିଛି । ସୋମବାର ଦିନ ସକାଳୁ ପରିବା ବଜାରରେ ଓ ତେଜରାତି ଦୋକାନରେ ପ୍ରବଳ ଭିଡ ଦେଖିବାକୁ ମିଳିଥିବା ବେଳେ ସାମାଜିକ ଦୂରତା ରକ୍ଷା କରିବା କିମ୍ବା ତୁଣ୍ଡି ପରିଧାନ କରିବା କ୍ଷେତ୍ରରେ ପ୍ରଶାସନର କଟକଣା ଦେଖିବାକୁ ମିଳୁନାିହଁ । ଫଳରେ ଏହି ପରିସ୍ଥିତି କରୋନା ସଂକ୍ରମଣର ମୁଖ୍ୟ ଜରିଆ ପାଲଟିବ ବୋଲି ଆଶଙ୍କା ଦେଖାଦେଇଛି । ୨ଦିନର ସମ୍ପୂର୍ଣ୍ଣ ତାଲା ବନ୍ଦ ପରେ ସୋମବାର ସକାଳୁ ବଜାର ଘାଟରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି । ତେଣୁ ସଚେତନ ବ୍ୟକ୍ତି ଜରୁରୀ ଜିନିଷ କିଣିବା ପାଇଁ ବଜାରକୁ ଯିବାକୁ କୁଣ୍ଠବୋଧ କରୁଥିବା ଜଣାପଡିଛି । ତେଣୁ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଦୃଢ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଅନୁରୋଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.