Home ଓଡ଼ିଶା ଯୋଡା : ଦୁର୍ଦାନ୍ତ ଅପରାଧି କାଣ୍ଡେ ମାଝୀକୁ ବିଭତ୍ସ ହତ୍ୟା

ଯୋଡା : ଦୁର୍ଦାନ୍ତ ଅପରାଧି କାଣ୍ଡେ ମାଝୀକୁ ବିଭତ୍ସ ହତ୍ୟା

94

– ହତ୍ୟା କାଣ୍ଡରେ ବ୍ୟବହୃତ ଫାର୍ସା ଜବତ, ୨ ଅଟକ, ଘଟଣା ସ୍ଥଳରେ ପହଞ୍ଚିଲେ ବିଶେଷଜ୍ଞ ଦଳ, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗାତ ଭିତରୁ ମୃତ ଦେହ ଉଦ୍ଧାର

ଯୋଡା, ୧୭ା୫(ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ପାରୁଛ ଜଦି ଜୀବନରୁ ମାରିଦିଅ, ନହେଲେ ବଞ୍ଚିଗଲେ ସମସ୍ତଙ୍କୁ ଜିଅନ୍ତା ଜାଳିଦେବି । ଏଥିଲା ଦୁର୍ଦ୍ଦାନ୍ତ ଅପରାଧି କାଳିଚରଣ ମାଝୀ ଓରଫ କାଣ୍ଡେର ମୃତ୍ୟୁ ପୂର୍ବରୁ ଧମକ । ଶେଷରେ ବାଧ୍ୟ ହୋଇ ନିଜର ପରିଜନ ମାନେ ଫାର୍ସାରେ ହାଣି ବିଭତ୍ସ ହତ୍ୟା କାଣ୍ଡ ଘଟାଇଥିବା କାଣ୍ଡେ ମାଝୀର ୨ ଶଳା ପୁଲିସ ସାମ୍ନାରେ ସ୍ୱୀକାର କରିଛନ୍ତି । ଏହି ଘଟଣାଟି ଏବେ ସମଗ୍ର ଯୋଡା ସହରକୁ ସ୍ତବ୍ଦ କରିଦେଇଛି । ଦାଦାଗିରିର ଅନ୍ତ ଘଟିଛି । କାଣ୍ଡେ ମାଝୀ ଜଣେ ପେସାଦାର ଅପରାଧି । ତା ନାମରେ ଯୋଡା ଥାନାରେ ଡକାୟତି, ରାହାଜାନୀ, ନିଶା କାରବାର, ହତ୍ୟା, ଦାଦାବଟି ଆଦାୟ ଭଳି ଅନେକ ସଙ୍ଗୀନ ମାମଲା ବିଚାରଧିନ ରହିଛି । ଏହି ହତ୍ୟା ଘଟଣାଟି ରବିବାର ବିଳମ୍ବିତ ରାତ୍ରୀରେ ଆଜାଦବସ୍ତି ମୁଣ୍ଡା ସାହିରେ ଘଟିଥିବା ବେଳେ କାଣ୍ଡେ ମାଝୀର ଦୁଇ ହାତକୁ ପଛପଟୁ ବାନ୍ଧି ଫାର୍ସାରେ ହାଣି ନିର୍ମମ ଭାବେ ହତ୍ୟା କରାଯିବା ପରେ ତାର ଆଖି ଦୁଇଟିକୁ ମଧ୍ୟ ତାଡି ଦିଆଯାଇଥିବା ଦେଖିବାକୁ ମିଳିଛି । ଏତିକିରେ କଥା ସରିନାହିଁ ଶେଷରେ ତାର ମୃତ ଦେହକୁ ସୁନା ନଦୀ କୂଳରେ ଗାତ ଖୋଳି ପୋତିଦିଆଯାଇଛି । ସକାଳୁ ଏହି ଘଟଣାଟି ସମଗ୍ର ଅଞ୍ଚଳରେ ଚର୍ଚ୍ଚା ହେବା ପରେ ପୁଲିସ କାଣ୍ଡେ ମାଝୀର ୨ ଶଳା ଦିଗାମ୍ବର ମାଝୀ ଏବଂ ରାମ ମାଝୀଙ୍କୁ ଥାନାକୁ ଆଣି ପଚରା ଉଚରା କରିବା ପରେ ସମସ୍ତ ତଥ୍ୟ ପଦାକୁ ଆସିଛି । ଏହି ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିବା ପାଇଁ କେନ୍ଦୁଝର ଜିଲା ମୁଖ୍ୟାଳୟରୁ ଏକ ବିଶେଷଜ୍ଞ ଦଳ ଯୋଡାରେ ପହଞ୍ଚିଥିବା ବେଳେ ଅତିରିକ୍ତ ତହସିଲଦାର ଲଳିତ ନାଏକଙ୍କ ଉପସ୍ଥିତିରେ କାଣ୍ଡେ ମାଝୀର ମୃତ ଦେହକୁ ମାଟି ଖୋଳି ଉଦ୍ଧାର କରାଯାଇ ଅଧିକ ତଦନ୍ତ ଜାରି ରହିଛି । ତେବେ ହତ୍ୟା କାଣ୍ଡର ପ୍ରକୃତ ରହସ୍ୟ ଏବେ ଜଣାପଡିନଥିବା ବେଳେ ଘଟଣା ସ୍ଥଳରୁ ପୁଲିସ ଏହି ହତ୍ୟାକାଣ୍ଡରେ ବ୍ୟବହୃତ ଗୋଟିଏ ଫାର୍ସା, ଲୁହା ରଡ, ଶାବଳ, କୋଦାଳ, ଗୋଟିଏ ଗଇନ୍ତି ଏବଂ ୨ଟି ଗାଙ୍ଗୁଲା ଜବତ କରି ଏକ ହତ୍ୟା ମାମଲା ଋଜୁ କରିଥିବା ଯୋଡା ଥାନା ଅଧିକାରୀଣୀ ପ୍ରଦ୍ମାଳୟ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.