Home ଓଡ଼ିଶା ଯୋଡା : ୫୨୦ରେ ଆଉ ଏକ ମୁଣ୍ଡ ଗଡିଲା

ଯୋଡା : ୫୨୦ରେ ଆଉ ଏକ ମୁଣ୍ଡ ଗଡିଲା

172

ଯୋଡା, ୨୮- ୬ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ୫୨୦ ନଂ ଜାତୀୟ ରାଜପଥର ଦୂରବସ୍ଥା ଯୋଗୁଁ ଏହା ମରଣାଯନ୍ତା ପାଲଟିଛି । ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଥିଲେ ମଧ୍ୟ ପ୍ରଶାସନ ନିରବଦ୍ରଷ୍ଟା ପାଲଟିଛି । ରବିବାର ଦିନ ଏହି ରାଜପଥର ନାରଦପୁର ନିକଟରେ ଏକ ଟ୍ରକ ଧକ୍କାରେ ବାଇଟ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଉଛନ୍ତି ରାମଚନ୍ଦ୍ରପୁର ଗ୍ରାମର ଦୁର୍ଯ୍ୟଧନ ବାରିକ (୫୨) । ଅପରାହ୍ନ ୩ ଘଟିକା ସମୟରେ ନିଜ ବାଇକ ଯୋଗେ ରିମୁଳି ପଟୁ ଯାଉଥିବା ବେଳେ ଏକ ୧୨ ଚକିଆ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ରିମୁଳି ଫାଣ୍ଡି ପୁଲିସ ଟ୍ରକଟିକୁ ଜବତ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.