Home ଓଡ଼ିଶା ଯୋଡା : ୩ଦିନ ହେଲା ଯୋଡାରେ ଟିକା ବନ୍ଦ, କେବେ ଆସିବ ସୂଚନା ନାହିଁ

ଯୋଡା : ୩ଦିନ ହେଲା ଯୋଡାରେ ଟିକା ବନ୍ଦ, କେବେ ଆସିବ ସୂଚନା ନାହିଁ

93

ଯୋଡା, ୨୧ା୫(ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ପୌରାଞ୍ଚଳରେ ସରକାରଙ୍କ ପକ୍ଷରୁ କରୋନା ଟିକା ଦାନ କମାରଯୋଡାସ୍ଥିତ ସରକାରୀ ଡାକ୍ତରଖାନାରେ କରାଯାଉଥିବା ବେଳେ ଏହା ଅତ୍ୟନ୍ତ ନୈରାଶ୍ୟଜନକ ବୋଲି ଜଣାପଡିଛି । ଏହି ଟିକା ଦାନ ପାଇଁ ଦୈନିକ ଶହ ଶହ ଲୋକଙ୍କର ଲମ୍ବା ଧାଡି ଲାଗୁଥିବା ବେଳେ କେତେବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାକେନ୍ଦ୍ରରୁ ଟିକା ଆସୁନାହିଁ ତ ଅନ୍ୟ କେତେବେଳେ ଯାହା ଟିକା ଖୋରାକ ଆସୁଛି ତାହା ସମୁଦ୍ରକୁ ଶଙ୍ଖେ ଭଳି ମନେହେଉଛି । ଯୋଡାର ଜନସଂଖ୍ୟା ୭୦ହଜାରରୁ ଉର୍ଦ୍ଧ୍ୱ ଥିବା ବେଳେ ଦୈନିକ ମାତ୍ର ଶହେଟି ଟିକାର ଖୋରାକ ଆସୁଥିବା ବେଳେ ତାହା ଗତ ୩ ଦିନ ଧରି ସମ୍ପୂର୍ଣ୍ଣ ବନ୍ଦ ରହିଛି । ତେବେ ଏହି ଟିକାଦାନ ପାଇଁ ଅଧିକାଂଶ ଲୋକ ଡାକ୍ତରଖାନାକୁ ଯାଇ ନିରାଶ ହୋଇଫେରୁଥିବା ବେଳେ ଏହି ଟିକା କେବେ ଆସିବ ତାହା ମଧ୍ୟ ଡାକ୍ତରଖାନା କର୍ତ୍ତୁପକ୍ଷଙ୍କ ପାଖରେ କୌଣସି ସୂଚନା ନଥିବା ଯୋଗୁଁ ଏହା ଅସନ୍ତୋଷର କାରଣ ପାଲଟିଛି । ଏପର୍ଯ୍ୟନ୍ତ ଯୋଡା ସହରରେ ୪୫ ବର୍ଷରୁ ଉର୍ଦ୍ଧ୍ୱ ମାତ୍ର ୫ହଜାର ଲୋକଙ୍କୁ ଟିକାଦାନ କରାଯାଇପାରିପାରିଛି । ତେବେ ଏହି ହାରରେ ଟିକା ଦାନ କରାଗଲେ ସମଗ୍ର ଯୋଡା ସହରର ଜନସାଧାରଣଙ୍କ ନିମନ୍ତେ ୨ଟି ଖୋରାଟ ଟିକା ପାଇଁ ୩ ବର୍ଷ ସମୟ ଲାଗିବ ବୋଲି ଆକଳନ କରାଯାଉଛି । ପଡୋଶୀ ଝାଡଖଣ୍ଡରେ ଏହି ଟିକା ପର୍ଯ୍ୟାପ୍ତ ପରିମାଣରେ ମିଳୁଥିବା ବେଳେ ଟିକା ଦାନରେ କୌଣସି କଟକଣା ନଥିବା ଯୋଗୁଁ ଯୋଡା ଅଞ୍ଚଳର କିଛି ଲୋକ ଏହି ଟିକା ନେବା ପାଇଁ ଝାରଖଣ୍ଡ ରାଜ୍ୟର ଜାମଦା ଏବଂ ନୁଆମୁଣ୍ଡି ଅଞ୍ଚଳକୁ ଚାଲିଯାଉଥିବା ଜଣାପଡିଛି । ଯାହା ଜିଲ୍ଲା ପ୍ରଶାସନର ପାରିବାପାଣିଆକୁ ପଦାରେ ପକାଇଦେଇଛି । ତେଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ପର୍ଯ୍ୟାପ୍ତ ପରିମାଣର ଟିକା ଯୋଡାକୁ ଯୋଗାଇଦେବାକୁ ସାଧାରଣରେ ଅନୁରୋଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.