Home ଓଡ଼ିଶା ଯୋଡା : ଅମାନିଆଙ୍କୁ ସାବାଡ କରୁଛି ଯୋଡା ପୁଲିସ

ଯୋଡା : ଅମାନିଆଙ୍କୁ ସାବାଡ କରୁଛି ଯୋଡା ପୁଲିସ

77

ଯୋଡା, ୨୧ା୫(ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଛାଡ କରିଥିବା ବେଳେ ଶନିବାର ଓ ରବିବାର ସମ୍ପୂର୍ଣ୍ଣ ତାଲା ବନ୍ଦ ଘୋଷଣା କରିଛନ୍ତି । ତେବେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ କେହି ମୋଟକସାଇକେଲ ବ୍ୟବହାର ନକରି ଚାଲି ଚାଲି ଆସିବା ପାଇଁ ନିର୍ଦ୍ଦେଶ ଥିବା ବେଳେ କେତେକ ଅମାନିଆ ଯୁବକ ଏହାର ଉଲ୍ଲଂଘନ କରି ବଜାର ଘାଟରେ ବିନା କାମରେ ଭିଡ ଜମାଉଥିବା ଦେଖିବାକୁ ମିଳୁଛି । ଫଳରେ ଶୁକ୍ରବାର ଦିନ ଯୋଡା ପୁଲିସ ପକ୍ଷରୁ ଅମାନିଆଙ୍କୁ ସାବାଡ କରିବା ପାଇଁ ଏକ ପ୍ରୟାଶ ଜାରି କରାଯାଇଥିବା ଦେଖାଯାଇଛି । ଏହି ପ୍ରକ୍ରିୟାରେ କୌଣସି କାରଣ ନଥାଇ ବଜାରରେ ବୁଲୁଥିବା ୬ ଡର୍ଜନରୁ ଉର୍ଦ୍ଧ ଗାଡିକୁ ପୁଲିସ ଜବତ କରିଥିବା ବେଳେ ସେଥି ମଧ୍ୟରୁ ୩୨ଟି ଚାଳକଙ୍କର ହେଲମେଟ ନଥିବାରୁ ତାଙ୍କୁ ୩୨ ହଜାର ଟଙ୍କା ଜୋରିମାନା କରାଯାଇଥିବା ବେଳେ କୋଭିଡ ନିୟମ ଉଲ୍ଲଂଘନକାରି ୮ଜଣଙ୍କ ଠାରୁ ୪ ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ଜଣାପଡିଛି । ଅବଶିଷ୍ଟ ମୋଟରସାଇକେଲକୁ ଜବତ କରି ପୁଲିସ ଯୋଡା ଥାନାକୁ ଉଠାଇନେଇଛି । ଯୋଡା ଥାନା ଭାରପ୍ରାପ୍ତ ଅଧିକାରୀ ପଦ୍ମାଳୟା ସାହୁଙ୍କ ନିର୍ଦ୍ଦେଶକ୍ରମେ ଯୋଡା ବସ୍ ଷ୍ଟାଣ୍ଡ ନିକଟରେ ଏସ୍‌ଆଇ ସୁସ୍ମିତା ହରୋଙ୍କ ନେତୃତ୍ୱରେ ଏସଆଇ ଅନିଲ କୁମାର ସାମଲ, ଏସଆଇ ଶିନ୍ମୟ ବଳ, ଏଏସଆଇ ଦିଗବିଜୟ ସିଂ ଏବଂ ଅନ୍ୟ ପୁଲିସ ବଳଙ୍କ ସହାୟତାରେ ଏହି ଚଢୋଉ ହୋଇଥିଲା ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.